ଧାମରାରେ ଓଡ଼ିଶା ଭିନ୍ନକ୍ଷମ ମଞ୍ଚର ସଚେତନତା ସଭା ଅନୁଷ୍ଠିତ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ବଜାର ଠାରେ ଓଡ଼ିଶା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭିନ୍ନକ୍ଷମ ମଞ୍ଚର ଭଦ୍ରକ ଜିଲ୍ଲା ଉପଦେଷ୍ଠା ତଥା ଶିକ୍ଷକ ବିଜୟ କୁମାର ମହାନ୍ତି ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ମଞ୍ଚର ଲୋକ ସମ୍ପର୍କ ଅଧିକାରୀ ନାରାୟଣ ରାଉତ, ସମ୍ମାନୀତ ଅତିଥି ଭାବେ ମଞ୍ଚର ସଭାପତି ଚିନ୍ତାମଣି ରାଉତ, ସଂପାଦକ  ବେଣୁଧର ପଣ୍ଡା, ପ୍ରଦ୍ୱୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିବା ସହ ନିଜ ନିଜର ଅଭିଭାଷଣ ରଖିଥିଲେ । ଅଭିଭାଷଣରେ ସରକାର ଭିନ୍ନକ୍ଷମ ମାନଙ୍କ ପାଇଁ  ଘୋଷଣା କରିଥିବା ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେବା ସହ  ଭିନ୍ନକ୍ଷମ ମାନଙ୍କୁ ଉପହାସ କରୁଛନ୍ତି ବୋଲି କହିଥିଲେ ।

prayash

ଏଥି ସହ ଆଜି ଭଳି ଦିନରେ ଶତକଡା ଶତପ୍ରତିଶତ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଭତ୍ତା ଠାରୁ ଆରମ୍ଭ କରି ଟଙ୍କିକିଆ ଚାଉଳ ଗଣ୍ଡାଏ ମଧ୍ୟ ସରକାର ଦେଉ ନାହାନ୍ତି । ଯାହା ଫଳରେ ଶତାଧିକ ଭିନ୍ନକ୍ଷମ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ନିଜର ଭାଗ୍ୟକୁ ଆଦରି ପଡିରହିଛନ୍ତି  । ତୁରନ୍ତ ରାଜ୍ୟ ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ଦିଆଯାଇଥିବା ୩୦ଦଫା ଦାବିକୁ କେବଳ ରାଜ୍ୟ ସରକାର ନୁହେଁ କେନ୍ଦ୍ର ସରକାର ମାନି ନେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା ।

ଚାନ୍ଦବାଲି ବ୍ଲକ କମିଟିର ସଭାପତି  ପ୍ରଦ୍ୱୀପ ନାୟକ, ସଂପାଦକ ଗଣେଶ ଯତି, ଉପସଭାପତି ଦୈତାରୀ ଦାସ, ସହସଂପାଦକ ରମାକାନ୍ତ ଜେନା, ମଞ୍ଚ ସମ୍ପର୍କ ଅଧିକାରୀ  ଲକ୍ଷ୍ମୀଧର ମହାଳିକ,  ଉପଦେଷ୍ଠା ଶତ୍ରୁଘ୍ନ  ରାଉତ, ତିହିଡି ବ୍ଲର ସଭାପତି  ରଞ୍ଜନ ପାଢୀ, ସଂପାଦକ କମଳାକାନ୍ତ ଆଚାର୍ଯ୍ୟ, ଉପସଭାପତି ଜ୍ଞାନ ରାୟ, ସମାଜସେବୀ  ସୁରେନ୍ଦ୍ର ଜେନା, ନରେନ୍ଦ୍ର ମାଇତି, ପ୍ରଭୁରାମ ଦଳେଇ, ପ୍ରତାପ ରାଉତ, ଅନିରୁଦ୍ଧ ପାଣିଗ୍ରାହୀ, ବିମାନ ଚନ୍ଦ୍ର ଗିରିଙ୍କ ସମେତ ଶତାଧିକ ଭିନ୍ନକ୍ଷମ ଏହି ସଚେତନତା ସବାରେ ଯୋଗ ଦେଇ ନିଜ ନିଜ ଅଧିକାର ବିଷୟରେ ସଚେତନ ହୋଇଥିଲେ । ଏହି ସଭାରେ ଗଦାଧର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ଜେନା ସଭାପତିତ୍ୱ ଏବଂ ନାରାୟଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.