www.samajalive.in
Sunday, December 7, 2025
26.1 C
Bhubaneswar

ବଣମଲ୍ଲୀ ବଣରେ ଫୁଟି ମଉଳିନଯାଉ, ସେମାନଙ୍କ ପ୍ରତିଭାର ବିକାଶ ହେଲେ ‘ସୁରଭି’ କାର୍ଯ୍ୟକ୍ରମର ଲକ୍ଷ୍ୟ ସାଧିତ ହେବ

କଲମପୁର : ଚିହ୍ନରା ଗ୍ରାହକଙ୍କ ଅଭାବ ଯୋଗୁଁ ଅନେକ ପ୍ରତିଭାର ବିକାଶ ହେଇ ପାରୁନାହିଁ। ସେହି ପ୍ରତିଭାମାନେ ବଣମଲ୍ଲୀ ଭଳି ବଣରେ ଫୁଟି ମଉଳି ଯାଉଛନ୍ତି ସିନା ସେମାନଙ୍କ ସୁଗନ୍ଧ ଲୋକ ଲୋଚନକୁ ଆସି ପାରୁନାହିଁ। ଗ୍ରାମାଞ୍ଚଳରେ ଅନେକ ପ୍ରତିଭା ଅତୀତରେ ମଉଳି ସାରିଛନ୍ତି। କିନ୍ତୁ ଶିଶୁ ମହୋତ୍ସବ ‘ସୁରଭି’ ଏହି ବଣ ମଲ୍ଲୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ କରିବାରେ ନିଜର ଅଭିନବ ପ୍ରୟାସ ଜାରି ରଖିଛି। ବଣ ମଲ୍ଲୀ ବଣରେ ଫୁଟି ମଉଳିନଯାଉ। ସେହି ବଣ ମଲ୍ଲୀମାନଙ୍କ ପ୍ରତିଭାର ବିକାଶ ହେଲେ ‘ସୁରଭି’ କାର୍ଯ୍ୟକ୍ରମ ଲକ୍ଷ୍ୟ ସାଧିତ ହେବ ବୋଲି କଲମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌‌ଯାପନୀ ସମାରୋହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଅଭିମନ୍ୟୁ ପଣ୍ଡା, ଅନ୍ୟତମ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳ ଗୋପାଳ ତେଣ୍ଡକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବକ୍ତୃତା, ତର୍କ, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଙ୍ଗୀତ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବରିଷ୍ଠ ଓ କନିଷ୍ଠ ଆଦି ଦୁଇଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ବ୍ଲକର ୬ ଗୋଟି ଆଞ୍ଚଳିକ ସାଧନା କେନ୍ଦ୍ର ଅଧିନରେ ଥିବା ଶତାଧିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ ଆଂଚଳିକ ସାଧନ କେନ୍ଦ୍ରରୁ ଚୟନ ହେଇ ବ୍ଲକସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଆଂଚଳିକ କେନ୍ଦ୍ରର ସଂଯୋଜକମାନେ କାର୍ଯ୍ୟକ୍ରମ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories