www.samajalive.in
Saturday, December 13, 2025
14.1 C
Bhubaneswar

ଆନ୍ତଃଜିଲ୍ଲା ବାଲି ଚୋରାଚାଲାଣ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ: ବ୍ୟବସାୟ ଠପ୍‌‌, ଦୁର୍ଦ୍ଦିନରେ ଶ୍ରମିକ

ହରଭଙ୍ଗା: ବାଲି, ପଥର ଭଳି ଲଘୁ ଖଣିଜ ଦ୍ରବ୍ୟରୁ ସରକାର ବ୍ୟାପକ ରାଜସ୍ୱ ପାଉଛନ୍ତି। ଅଧିକ ରାଜସ୍ୱ ବୃଦ୍ଧି ଲକ୍ଷ୍ୟ ନେଇ ବାଲି ଏବଂ ପଥର ଖାଦାନଗୁଡିକୁ ୫ବର୍ଷିଆ ଲିଜ୍‌‌ ସୂତ୍ରରେ ନିଲାମ ପ୍ରଦାନ କରାଯାଉଛି। ଏହାସତ୍ୱେ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅଂଚଳରେ ବାଲି ଚୋରାଚାଲାଣ ଥମିବାର ନାଁ ଧରୁନାହିଁ। ଗତ ରବିବାର ହରଭଙ୍ଗା ଥାନା ଧଳପୁର ଅଂଚଳରୁ ହରଭଙ୍ଗା ପୁଲିସ ୩ଟି ଏବଂ ପୁରୁଣାକଟକ ପୁଲିସ ୨ଟି ୧୨ଚକିଆ ବାଲି ବୋଝେଇ ହାଇଓ୍ବା ଜବତ କରିଥିଲା। ଏହି ମାମଲାରେ ୫ଜଣଙ୍କୁ କୋର୍ଟଚାଲାଣ କରିବା ଘଟଣା ଆନ୍ତଃଜିଲ୍ଲା ବାଲି ଚୋରାଚାଲାଣ ସକ୍ରିୟତାକୁ ବୟାନ କରୁଛି।

ପ୍ରକାଶ ଯେ, ହରଭଙ୍ଗା ତହସିଲ ପକ୍ଷରୁ ହରଭଙ୍ଗା, ସୁରୁଣ୍ଡି, ଡିଆଁଘାଟ, ସାକୁଶିଙ୍ଗା, ଖରଶଙ୍କୁଲେଇ, କରଡି, ଉଆଁଲ ଭଳି ମହାନଦୀ ବାଲିଘାଟକୁ ୫ବର୍ଷିଆ ଲିଜ୍‌‌ ସୂତ୍ରରେ ତହସିଲ ପକ୍ଷରୁ ପ୍ରଦାନ କରାଯାଇଛି। ଓଏମଏମସି ନିୟମ ଅନୁସାରେ, ଲିଜଧାରୀ ସମ୍ପୃକ୍ତ ଘାଟରୁ ବାର୍ଷିକ କେତେ ପରିମାଣ ବାଲି ଉଠାଇପାରିବେ ଏହାର ସ୍ୱୀକୃତି ପ୍ରମାଣ ପତ୍ର ମାଇନିଂ ପକ୍ଷରୁ ଅନୁମୋଦନ ପ୍ରକାରେ ଓ୍ବାଇ ପାଶ୍‌‌ ପ୍ରଦାନ କରାଯିବାର ପ୍ରାବଧାନ ରହିଛି। ଏହା ସହିତ ପରିବେଶ ମଞ୍ଜୁରୀ ପ୍ରମାଣ ପତ୍ର, ଇକୋଲୋଜିକାଲ ବାଲାନ୍ସ ସହ ସମ୍ପୃକ୍ତ ଅଂଚଳକୁ ତାରବାଡ ଦ୍ୱାରା ଆବଦ୍ଧ କରାଯାଇ ୧୦ମିଟରରୁ କମ୍‌‌ ଖନନ କରାଯାଇ ବିନା ମେସିନ୍‌‌ ଏବଂ ହାଇଓ୍ବା ସାହାଯ୍ୟରେ ବାଲି ପରିବହନ କରିବାକୁ କଡା ପ୍ରାବଧାନ ରହିଛି। ମାତ୍ର ଲିଜଧାରୀ ବାଲିଖାଦାନଗୁଡିକ ନିଲାମ ନେବାପରେ ଓଏମଏମସି ନିୟମର ଖୋଲାଖୋଲି ଉଲ୍ଲଂଘନ କରି ହିଟାଚି ମେସିନ୍‌‌ ସାଙ୍ଗକୁ ହାଇଓ୍ବା ସାହାଯ୍ୟରେ ବାଲି ଖନନ ଏବଂ ପରିବହନ କରି ସରକାରୀ ନିୟମର ଖୋଲା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସରକାରୀ ଲିଜ୍ ପ୍ରଦାନ କରାଯାଇଥିବା ବାଲିଘାଟରୁ ଟ୍ରାକ୍ଟରଗୁଡିକ ବାଲି ଉଠାଣ କରୁଥିବାବେଳେ ସେମାନଙ୍କୁ ବିନା ଓ୍ବାଇପାଶ୍‌‌ରେ ବାଲି ବିକ୍ରୀ କରୁଥିବା ଲିଜଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହାଫଳରେ ସରକାରୀ ଲିଜଘାଟରୁ ଟ୍ରାକ୍ଟରଗୁଡିକ ବାଲି ଉଠାଣ କରିବା ସତ୍ୱେ ସେମାନଙ୍କ ପାଖରେ ଓ୍ବାଇପାଶ ପ୍ରମାଣପତ୍ର ନଥିବାରୁ କେତେବେଳେ ପୁଲିସ ଏବଂ ଆଉ କେତେବେଳେ ରାଜସ୍ୱ ବିଭାଗ ଚଢଉର ଶୀକାର ହୋଇ ଅଯଥାରେ ହଜାର ହଜାର ଟଙ୍କା ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ବାଲିଖାଦାନ ଲିଜଧାରୀମାନେ ଓଏମଏମସି ନିୟମର ଖୋଲା ଉଲ୍ଲଂଘନ କରୁଥିବା ସତ୍ୱେ ସାବତପୁଅ ନ୍ୟାୟରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଟ୍ରାକ୍ଟରଗୁଡିକ ଉପରେ ପ୍ରଶାସନର ଦାଦାଗିରି ଘଟଣାକୁ ଆହୁରି ରହସ୍ୟାବୃତ କରୁଛି। ଅନ୍ୟପଟେ ଗଭୀର ବାଲି ଖନନ ସାଙ୍ଗକୁ ବଡ ବଡ ହାଇଓ୍ବାରେ ବାଲି ଚୋରାଚାଲାଣ ଯୋଗୁଁ ସରକାରଙ୍କ ଅଧିକ ରାଜସ୍ୱ କ୍ଷତି ଘଟୁଛି। ମେସିନ ସାହାଯ୍ୟରେ ଏଭଳି ବାଲି ଖନନ ଯୋଗୁଁ ବନ୍ୟାପ୍ଳାବିତ ନଦୀକୂଳିଆ ଅଂଚଳ ଲୋକଙ୍କ ପାଇଁ ମହାନଦୀ ବାଲି ଖନନ ଘଟଣା ଆଗକୁ ବଡ ବିପଦ ସଙ୍କେତ ଦେଉଛି। ଏହାସହିତ ବାଲି ଭଳି ଅତ୍ୟାବଶ୍ୟକୀୟ ଲଘୁଖଣିଜ ଦ୍ରବ୍ୟ ଘର ନିର୍ମାଣଠାରୁ ଆରମ୍ଭ କରି ସିମେଣ୍ଟ ଇଟା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆବଶ୍ୟକତା ରହିଛି। ମାତ୍ର ବାଲି ଚୋରାଚାଲାଣ ଉପରେ ପୁଲିସ୍‌‌ ପ୍ରଶାସନର ଚଢଉ ସମ୍ପ୍ରତି ଟ୍ରାକ୍ଟର ଭଳି କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବାବେଳେ ସେମାନଙ୍କ ଜୀବନ ଜୀବିକାକୁ ବିପଦରେ ପକାଇଛି।

- Advertisement -

ଅନ୍ୟପଟେ ବାଲି ବ୍ୟବସାୟ ଠପ୍‌‌ ଯୋଗୁଁ ବର୍ତମାନ ସିମେଣ୍ଟ, ଛଡ ଆଦି ବ୍ୟବସାୟ ମାନ୍ଦାପଡ଼ିଛି। ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ବିଚାରବିମର୍ଷ କରିବା ସହିତ ଟ୍ରାକ୍ଟରଗୁଡିକୁ ବାଲି ପରିବହନ ଅନୁମତି ଦେବାକୁ ଟ୍ରାକ୍ଟର ବ୍ୟବସାୟୀମାନଙ୍କ ପକ୍ଷରୁ ଦାବୀ ଉଠୁଛି। ଏହା ସହିତ ଲିଜବାଲି ଘାଟଗୁଡିକରେ ଜଣେ ଜଣେ ରାଜସ୍ୱ କର୍ମଚାରୀ ନିୟୋଜିତ କରାଯାଇ ରାଜସ୍ୱ ଆଦାୟ କରିବାକୁ ମତପ୍ରକାଶ ପାଉଛି। ନହେଲେ ବିରି ମାଡରେ କୋଳଥ ଚୋପା ନ୍ୟାୟରେ ବାଲି ବ୍ୟବସାୟ ଠପ୍‌‌ ପ୍ରଭାବରେ ଟ୍ରାକ୍ଟରରେ କାମକରୁଥିବା ଶ୍ରମିକ ପରିବାର ଏବଂ ପକ୍କାଘର ପାଇଥିବା ଗରିବ ହିତାଧିକାରୀ ଘର ନିର୍ମାଣରୁ ବଂଚିତ ହେଉଛନ୍ତି। ଏହା ସହିତ ଜିଲ୍ଲାରେ ଅନେକ ଉନ୍ନୟନ କାର୍ଯ୍ୟ ଠପ୍‌‌ ଯୋଗୁଁ ଶ୍ରମିକ ପରିବାର ପ୍ରଭାବିତ ହେବା ସହିତ ସିମେଣ୍ଟ, ଲୁହାଛଡ ଆଦି ବ୍ୟବସାୟ ପ୍ରଭାବିତ ଯୋଗୁଁ ସବୁ ମାନ୍ଦା ପଡ଼ିଲାଣି। ତୁରନ୍ତ ଏ ଦିଗରେ ଜିଲ୍ଲାପ୍ରଶାନ ସ୍ୱତନ୍ତ୍ର ଦୃଷ୍ଟିଦେବା, ଆନ୍ତଃଜିଲ୍ଲା ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଟ୍ରାକ୍ଟର ବ୍ୟବସାୟୀଙ୍କ ପ୍ରତି ଅନୁକମ୍ପା ଦେଖାଇବାକୁ ଦାବୀ ଉଠୁଛି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories