www.samajalive.in
Sunday, December 7, 2025
23.1 C
Bhubaneswar

ସମୁଦ୍ର ମଧ୍ୟରେ ଫସିଥିବା ୨୦ ମତ୍ସ୍ୟଜୀବୀ ଉଦ୍ଧାର

ପାରାଦ୍ୱୀପ :  ସମୁଦ୍ର ମଧ୍ୟରେ ଫସି ରହିଥିବା ୨୦ ମତ୍ସ୍ୟଜୀବୀଙ୍କୁ ଭାରତୀୟ କୋଷ୍ଟଗାର୍ଡ ଉଦ୍ଧାର କରିଛନ୍ତି। ବାତ୍ୟା ସିତ୍ରାଙ୍ଗ ସମୟରେ ସମୁଦ୍ର ମଧ୍ୟରେ ପ୍ରଖର ଢେଉରେ ଏହି ବାଙ୍ଗଲାଦେଶୀ ବୋଟଟି ଓଲଟି ପଡିବା ସହିତ ମତ୍ସ୍ୟଜୀବୀମାନେ ପାଣିରେ ଭାସୁଥିବା ଅବସ୍ଥାରେ ଭାରତୀୟ କୋଷ୍ଟଗାର୍ଡ ର ନଜରରେ ଆସିଥିଲେ । ବାତ୍ୟା ଯିବା ପରେ ଭାରତୀୟ କୋଷ୍ଟଗାର୍ଡ ତରଫରୁ ସମୁଦ୍ର ର ସ୍ଥିତି ଉପରେ ନଜର ରଖୁଥିବା ସମୟରେ ଏହି ମତ୍ସ୍ୟଜୀବୀମାନେ ସମୁଦ୍ରରେ ଭାସୁଥିବା ଦେଖିବାକୁ ପାଇଥିଲେ । ବାତ୍ୟା ପ୍ରଭାବରେ ଡ଼ଙ୍ଗାଟି ବୁଡିଯିବା କାରଣରୁ ବିଭିନ୍ନ ଭାଷମାନ ପଦାର୍ଥକୁ ଆଶ୍ରା କରି ଏହି ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଭାସି ବାର ଦେଖିବା ସହିତ ମାଲେସିଆ ରୁ କୋଲକାତା ଅଭିମୁଖେ ଯାଉଥିବା ବାଣିଜ୍ୟ ଜାହାଜ ନଣ୍ଟାଭୂମ ସହିତ ଯୋଗାଯୋଗ କରିବା ସହିତ କୋଷ୍ଟଗାର୍ଡ ର ଏକ ଜାହାଜ ସହାୟତାରେ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଭାରତୀୟ କୋଷ୍ଟଗାର୍ଡ ର ଜାହାଜ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରି ଆଣିବା ପରେ ଏମାନେ ସମସ୍ତେ ସୁରକ୍ଷିତ ରହିଥିବା ସୂଚନା ରହିଛି । ପରେ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ମାନଙ୍କୁ କୋଷ୍ଟ ଗାର୍ଡ ଆଇନ ଅନୁଯାୟୀ ବାଂଲାଦେଶ କୋଷ୍ଟଗାର୍ଡ ସହିତ ଆଲୋଚନା ପରେ ଛଡ଼ାଯିବା ନେଇ ସୂଚନା ମିଳିଛି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories