www.samajalive.in
Monday, December 15, 2025
24.1 C
Bhubaneswar

କନ୍ଧମାଳ ଜିଲା ସମବାୟ ସଂଘର ସଭାପତି ରୁପେ ସୁପ୍ରଭା ନାୟକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଫୁଲବାଣୀ: କନ୍ଧମାଳ ଜିଲା ସମବାୟ ସମିତି ନିବନ୍ଧକଙ୍କ ଅଧିନରେ ଥିବା ଜିଲା ସମବାୟ ସଂଘର ନିର୍ବାଚନରେ ସୁପ୍ରଭା ନାୟକ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ଓଡିଶା ସମବାୟ ସମିତି ନିୟମାବଳୀ ୧୯୯୨ ଅନୁଯାୟୀ କନ୍ଧମାଳ ଜିଲ୍ଲା ସମବାୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ବୋର୍ଡ ଅଫ ଡାଇରେକ୍ଟରର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୨ ଜଣ ପରିଚାଳନା ପରିଷଦକୁ ନିର୍ବାଚିତ ହୋଇଛନ୍ତି। ସୁରେନ୍ଦ୍ର ପ୍ରଧାନ, ଦ୍ଵିଜେନ୍ଦ୍ର ନାଥ ପ୍ରଧାନ, ଶତପଥୀ ପ୍ରଧାନ, ପଦ୍ମନାଭ କହଁର, କାଳିଦାସ ପ୍ରଧାନ, କିଶୋର ଚନ୍ଦ୍ର ନାୟକ, ସୁପ୍ରଭା ନାୟକ, କୃଷ୍ଣ ଚନ୍ଦ୍ର କହଁର, ଯମେଶ ପ୍ରଧାନ, ଗୌରୀ ଶଙ୍କର ପଟନାୟକ, ବୁଡୁ ଦିଗାଲ ପ୍ରମୁଖ ଜିଲା ସମବାୟ ସମିତିର ପରିଚାଳନା ପରିଷଦକୁ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସୁପ୍ରଭା ନାୟକ ବିନା ପ୍ରତିଦ୍ୱନ୍ଦିତା ରେ ସଭାପତି ରୂପେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଗଙ୍ଗାଧର କହଁର ଘୋଷଣା କରିଛନ୍ତି। ସୁପ୍ରଭା ନାୟକ ବର୍ତ୍ତମାନ ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଚାଇଲଡ ଲାଇନ କନ୍ଧମାଳରେ କାଉନସିଲର ଭାବେ କାର୍ୟ୍ୟ କରୁଛନ୍ତି। ସମବାୟ ମାଧ୍ୟମରେ ସମବାୟ ବିଭାଗ ଓ ସଦସ୍ୟମାନଙ୍କ ସହଯୋଗରେ ଜିଲାରେ କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ କାର୍ୟ୍ୟ କରିବେ ବୋଲି ସେ ଏ ଅବସରରେ ପ୍ରକାଶ କରିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories