www.samajalive.in
Tuesday, December 9, 2025
15.1 C
Bhubaneswar

ତହସିଲଭୁକ୍ତ ଜମିକୁ କବରସ୍ଥାନ ପାଇଁ ହସ୍ତାନ୍ତରକୁ ବିରୋଧ କରି ତହସିଲ ଘେରିଲେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ତହସିଲ ଅନ୍ତର୍ଗତ କେନ୍ଦୁପାଲି ଗାଁର ଗୋଚର ଜମିକୁ ନେଇ ଗତ ୧୯।୦୯।୨୦୨୨ ତାରିଖ ଦିନ ମୁସଲିମ ସମ୍ପ୍ରଦାୟର କବର ସ୍ଥାନ କରିବାକୁ ଅତାବିରା ତହସିଲ ପକ୍ଷରୁ ଡି.ଆର୍ କେସ ନଂ ୨୯/୨୨, ପି ଆର ନଂ ୨୨୦୫ କେନ୍ଦୁ ପାଲି ମୌଜାର ଜମିକୁ ନେଇ ନୋଟିସ ଜାରି ହୋଇଥିଲା । ଯାହା ୩୦ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ କରିବାକୁ ସମୟ ଧାର୍ଯ୍ୟ ରହିଥିବା ବେଳେ ଆଜି କେନ୍ଦୁ ପାଲି ଗ୍ରାମ୍ୟ ଉନ୍ନୟନ କମିଟି ଓ ଗୋଡଭଗା ଦୁର୍ଗାପୂଜା କମିଟି ପକ୍ଷରୁ ଆପତ୍ତି ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏଥିସହ ଗୋଚର ଜମିକୁ କିଭଳି ଭାବେ କିସମ ପରିବର୍ତ୍ତନ କରି ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ କବର ସ୍ଥାନ ପାଇଁ ହସ୍ତାନ୍ତର କରାଯିବ ବୋଲି ପ୍ରଶ୍ନ କରିଥିବାବେଳେ ପୂର୍ବରୁ କୁଆଡେ ପ୍ରଶାସନ ଶୋଇ ରହିଥିଲେ, ଯାହା ଦୀର୍ଘ ବର୍ଷରୁ ବାରମ୍ବାର ଭୂମିହୀନମାନଙ୍କ ପାଇଁ ଘର ଡିହ ଖଣ୍ଡେ ମିଳିପାରିନାହିଁ। ଏବେ କିସମ ପରିବର୍ତ୍ତନ କରି ଗାଁ ଚରା ଭୂଇଁ ତଥା ଗୋରୁଗାଈଙ୍କ ଜମିକୁ ଷଡ଼ଯନ୍ତ୍ର କରି କବର ସ୍ଥାନ କରିବାକୁ ହସ୍ତାନ୍ତର କରିବା ପାଇଁ ଯୋଜନା କରାଯାଉଥିବା ବେଳେ କେନ୍ଦୁପାଲି ଗ୍ରାମ୍ୟ ଉନ୍ନୟନ କମିଟିକୁ ନ ଜଣାଇ ପ୍ରଶାସନ ଏଭଳି ପଦକ୍ଷେପ କେତେ ଯଥାର୍ଥ ବୋଲି ଉତ୍ତେଜନା ବୃଦ୍ଧି ପାଇ ହିନ୍ଦୁ ସମାଜ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିତି ନୁହେଁ ପ୍ରଶାସନ ଜାଣିଶୁଣି ଏଭଳି ଚକ୍ରାନ୍ତ ଚଳାଉଥିବାକୁ ସମ୍ପୂର୍ଣ୍ଣ ବିରୋଧ କରି କେନ୍ଦୁ ପାଲି ଗ୍ରାମ୍ୟ ଉନ୍ନୟନ କମିଟି ଅତାବିରା ତହସିଲ କାର୍ଯ୍ୟାଳୟ ଘେରି ଅଫିସ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଅଚଳାବସ୍ଥା କରି ଦେଇଥିଲା। ଏହି ବିରୋଧକୁ କେନ୍ଦ୍ର କରି ଆଖାପାଖ ଗ୍ରାମବାସୀ, ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତଥା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, କମିଟି ପକ୍ଷରୁ ସମର୍ଥନ ଜଣାଇ ଏକ ଦାବୀପତ୍ର ଅତିରିକ୍ତ ମୟୁରେସ୍ ପଣ୍ଡାଙ୍କୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ ଦାବୀ ପତ୍ର ଦେବା ସହ ଏହା ଉପରେ ଯଦି କିସମ ପରିବର୍ତ୍ତନ କରାଯାଏ ଓ କବର ସ୍ଥାନକୁ ହସ୍ତାନ୍ତର କରାଯାଏ ତାହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତହସିଲ କାର୍ଯ୍ୟାଳୟରେ ତାଲା ପଡ଼ିବା ସହ ରାସ୍ତା ଘାଟରେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି। ଏହି ଅଭିଯୋଗ ଆପତ୍ତିକୁ ବଜରଙ୍ଗ ଦଳ, ବିଶ୍ଵ ହିନ୍ଦୁ ପରିଷଦ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories