www.samajalive.in
Sunday, December 7, 2025
23.1 C
Bhubaneswar

ବଲାଙ୍ଗିର ଜିଲାରେ ବାଲି ମାଫିଆଙ୍କ ଆତଙ୍କରାଜ; ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ

ବଲାଙ୍ଗିର: ଆଗଲପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆରଆଇ ସୁଶାନ୍ତ ପଟେଲଙ୍କୁ ରବିବାର ବିଳମ୍ବିତ ରାତିରେ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ସୂଚନା ମୁତାବକ, କୌଣସି ସୁତ୍ରରୁ ତହସିଲ ଷ୍ଟାପ୍ ଅଙ୍ଗ ନଦୀରୁ ରାତ୍ରି ସମୟରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ। ରବିବାର ରାତି ପ୍ରାୟ ୧୨ଟା ସମୟରେ ଆଗଲପୁର ମୁଖ୍ୟ ରାସ୍ତାରେ ଅତିରିକ୍ତ ତହସିଲଦାର ଓ ଆରଆଇ ଜଗି ରହିଥିଲେ। ନଦୀରୁ ବାଲି ବୋଝେଇ ହୋଇ ଆସୁଥିବା ଟ୍ରାକ୍ଟରକୁ ଅତିରିକ୍ତ ତହସିଲଦାର ଅଟକେଇବାକୁ ଚେଷ୍ଟା କରିବା ବେଳେ ଟ୍ରାକ୍ଟର ଡ୍ରାଇଭର ଉଭୟଙ୍କ ଉପରେ ଗାଡି ଚଢେଇବାକୁ ଉଦ୍ୟମ କରି ଫେରାର ମାରିଥିଲା। ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆର୍.ଆଇ ସୁଶାନ୍ତ ପଟେଲ ଟ୍ରାକ୍ଟରର ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମାଫିଆ ଗୋଷ୍ଠୀ ଉଭୟଙ୍କୁ ଆକ୍ରମଣ କରିଥିବା ତହସିଲଦାର ସୁଚେତା ପୁଷ୍ପା କହିଛନ୍ତି। ଆକ୍ରମଣକାରୀଙ୍କ ମଧ୍ୟରେ ଛଅ ସାତ ଜଣ ପୁରୁଷ ଓ ତିନିରୁ ଚାରି ଜଣ ମହିଳା ଥିଲେ ବୋଲି ଆରଆଇ ପଟେଲ୍ କହିଛନ୍ତି। ପ୍ରାୟ ଗୋଟିଏ ଘଣ୍ଟା ଉଭୟଙ୍କୁ ଅଟକ ରଖିଥିଲେ ଆକ୍ରମଣକାରୀ । ରାତି ପ୍ରାୟ ୨ଟା ସମୟରେ ପୁଲିସ ଦୁହିଁଙ୍କୁ ଉଦ୍ଧାର କରିଥିବା କହିଛନ୍ତି ତହସିଲଦାର। ଅତିରିକ୍ତ ତହସିଲଦାରଙ୍କ ମୁହଁ ଓ ଦେହର ବିଭିନ୍ନ ସ୍ଥାନରେ ଆଘାତ ହୋଇଛି। ତେବେ ଏ ସଂକ୍ରାନ୍ତରେ ସୋମବାର ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories