ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ନିର୍ମାଣାଧିନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ
ଗୁରୁଡ଼ିଝାଟିଆ: କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମାଣାଧିନ ବାତ୍ୟା ଆଶ୍ରୟସ୍ଥଳକୁ ପରିଦର୍ଶନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ତଥା ବରିଷ୍ଠ ପ୍ରଶାସକ ସଞ୍ଜୟ କୁମାର ସିଂ। ବାତ୍ୟା ଆଶ୍ରୟସ୍ଥଳର ଅଗ୍ରଗତି, ନିର୍ମାଣ ଶୈଳୀ, ବିଭିନ୍ନ ପ୍ରକୋଷ୍ଠ ଓ ଏହାର ସ୍ଥାୟୀତ୍ୱ ସଂପର୍କରେ ଟିକନିକ କରି ବୁଲି ଦେଖିଥିଲେ। ଏହାକୁ ଯଥା ସମ୍ଭବ ସମାପନ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ କୁମାର ସାମଲ, ମୁଖ୍ୟଯନ୍ତ୍ରୀ ରମେଶ ବେହେରା, ନିର୍ବାହୀ ଯନ୍ତ୍ରୀ ସୋମନାଥ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ଖଗେନ୍ଦ୍ର ଭଦ୍ର, ଠିକାଦାର ପ୍ରଦୀପ କୁମାର ସ୍ୱାଇଁଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଣଜିତ୍ କୁମାର ନାୟକ ଓ ଅନ୍ୟକର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ପ୍ରକାଶଯୋଗ୍ୟ, ପ୍ରାୟ ୧କୋଟି ୪୪ଲକ୍ଷ ଟଙ୍କା ବ୍ୟୟରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେଉଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Comments are closed.