www.samajalive.in
Sunday, December 7, 2025
13.1 C
Bhubaneswar

ବରୁଆ ମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ସମାପିତ ହେଲା ଲଇଡାର ବଏଲ୍‌‌ ଯାତ୍ରା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡାଠାରେ ଥିବା ଅଞ୍ଚଳର ଆରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ୍‌‌ ଯାତ୍ରା ୯ତାରିଖ ରବିବାରରୁ ଆରମ୍ଭ ହୋଇ ସୋମବାର ଅପରାହ୍ନରେ ଉଦ୍‌‌ଯାପିତ ହୋଇଛି। ବଏଲ୍‌‌ ଯାତ୍ରା ଉପଲକ୍ଷେ ଶାକ୍ତ ବିଧି ବିଧାନ ପରମ୍ପରା ଅନୁସାରେ ଦେବୀ ସମଲେଶ୍ୱରୀଙ୍କ ପୀଠରେ ଚଣ୍ଡିପାଠ ହୋମ ଆଦି ସମ୍ପନ୍ନ ହେବା ଅବସରରେ ଦେବୀ ବାହନ ବରୁଆ ଶରୀରରେ ଦୈବୀ ଶକ୍ତି ସଂଚାର ପାଇଁ ପୁରୋହିତ ମନ୍ତ୍ର ତନ୍ତ୍ର ପ୍ରୟୋଗ କରିଥିଲେ। ପୁରୋହିତଙ୍କ ମନ୍ତ୍ରରେ ବରୁଆ ଦେହରେ ଦୈବୀ ଶକ୍ତି ସଂଚରିତ ହୋଇଥିଲା। ଢୋଲ୍‌‌ ନିସାନ୍‌‌, ତାସା, ମହୂରୀ, ଗିନି, ଘଣ୍ଟା ବାଦ୍ୟ ସମନ୍ୱିତ ଷୋହଳ ଭର୍‌‌ନି ବାଦ୍ୟ ତାଳରେ ବରୁଆ ସମଲେଶ୍ୱରୀଙ୍କ ସାକ୍ଷାତ ଅବତାର ସାଜି ଗ୍ରାମ୍ୟ ପରିକ୍ରମାରେ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଏବଂ ଆଶିର୍ବାଦ ଦେବାକୁ ମନ୍ଦିରରୁ ଛତର ବାଉତି, ମଶାଳ, ପାଟଖଣ୍ଡା ସହ ଗ୍ରାମ୍ୟ ପରିକ୍ରମାରେ ବାହାରି ଥିଲେ। ଗ୍ରାମ୍ୟ ପରିକ୍ରମା ଅବସରରେ ବରୁଆକୁ ଘରେ ଘରେ ସ୍ୱାଗତ କରାଯାଇ ପୂଜା ଅର୍ଚ୍ଚନା କରାଯାଇ ବିଭିନ୍ନ ସ୍ଥାନରେ ଛେଳି, କୁକୁଡା ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଦେଇ ଭୋଗ ଅର୍ପଣ କରାଯାଇଥିଲା। ବରୁଆ ଗ୍ରାମ୍ୟ ପରିକ୍ରମା ସାରି ଅପରାହ୍ନରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସରେ ଜମିଦାର ପୃଥ୍ୱୀରାଜ ସିଂହ, ଦିଲ୍ଲିପ ସିଂହ, ଦେବରାଜ ସିଂହଙ୍କ ତତ୍ତ୍ୱାବଧାନରେ ବରୁଆ ଚାଚେରୀ ନୃତ୍ୟ କରିଥିଲେ। ପୁରୋହିତ ମନ୍ତ୍ର ପ୍ରୟୋଗ କରି ବରୁଆ ଶରୀରରୁ ଦୈବୀ ଶକ୍ତି ଅପସାରିତ କଲାପରେ ବଏଲ୍‌‌ ଯାତ୍ରା ସମାପିତ ହୋଇଥିଲା। ସମଲେଶ୍ୱରୀଙ୍କ ଦର୍ଶନ କରି ବଏଲ୍‌‌ ଯାତ୍ରା ଦେଖିବା ଦୁଇ ଦିନ ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଯାତ୍ରା ଉପଲକ୍ଷେ ଦର୍ଶକ ଏବଂ ଭକ୍ତଙ୍କ ମନୋରଞ୍ଜନ ପାଇଁ ଅପେରା, ମିକ୍ସଚର ଦଣ୍ଡ ନୃତ୍ୟ, ରଙ୍ଗାରଙ୍ଗ୍‌‌ ଆର୍କେଷ୍ଟ୍ରା, ମେଲୋଡି, ସଙ୍ଗୀତ ଏବଂ ଭଜନ ସମାରୋହ ଆଦି ଭିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କ୍ଷୀରୋଦ ଚନ୍ଦ୍ର ପୂଜାରୀ ପୂଜକ ଏବଂ ପୁରୁଷୋତ୍ତମ ନାଏକ ବରୁଆ ଦାୟିତ୍ୱ ସମ୍ପାଦନ କରିଥିଲେ। ବଳିଯାତ୍ରା ଆୟୋଜନ ଏବଂ ପରିଚାଳନାରେ ସ୍ଥାୟୀ କମିଟୀର ଉପ-ସଭାପତି ଗୋବନ୍ଧୁ ପୃଷ୍ଟି, ସମ୍ପାଦକ ସଲିଲ ନାଏକ, ସହ-ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ସନ୍ତୋଷ ଭୋଇ, ଭବାନୀ ଶଙ୍କର ଭୋଇ, ପୂଜା କମିଟୀର ସଭାପତି ମଣ୍ଡଲି ପ୍ରେମଦୀପ ସାହୁ, ପ୍ରକାଶ ପୃଷ୍ଟି, ରାଜେଶ ପୃଷ୍ଟି। ଉପ-ସଭାପତି ତପନ ବେହେରା, ଡିଲେଶ୍ୱର ରଣା, କବିରଶରଣ ନାଏକ। ସମ୍ପାଦକ ସନ୍ଦେଶ ପୃଷ୍ଟି, ଅନିଲ ପଟେଲ, ସନ୍ତୋଷ ପ୍ରଧାନ, ସହ-ସମ୍ପାଦକ ରାହୁଲ ପଟୁଆ, ବାବୁଲୁ ପ୍ରଧାନ, ସୌରଭ ମହାପାତ୍ର, ବିବେକ ତିୱାରୀ, ସୁଜର ସରାଫ୍‌‌, କୋଷାଧ୍ୟକ୍ଷ ଭବାନୀ ଶଙ୍କର ସାହୁ ସକ୍ରିୟ ଦାୟିତ୍ୱ ନିର୍ବାହ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଟୁଲା ଗଙ୍ଗାଧର ଲଇଡା ଆସି ମା’ସମଲେଶ୍ୱରଙ୍କ ଦର୍ଶନ କରିବା ସହିତ ଯାତ୍ରାର ଶୃଙ୍ଖଳା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ଲଇଡା ଷଢ ବଂଶୀୟ ଗୋଁଡ ସମାଜ କମିଟିର ସଭାପତି ସୁବାଷ ନାଏକ ସମ୍ପାଦକ ଦୟାସାଗର ପଟ୍ଟା ତଥା କମିଟିର ଅନ୍ୟ ସଭ୍ୟମାନେ ବରୁଆ ଗ୍ରାମ୍ୟ ପରିକ୍ରମାରେ ସକ୍ରିୟ ସହଯୋଗ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନୀ ନାଏକ, ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲା ପ୍ରମୁଖ ବହୁ ସଂଖ୍ୟକ ନେତା ଜନ ପ୍ରତିନିଧି ସମଲେଶ୍ୱରୀଙ୍କ ଦର୍ଶନ କରି ବଏଲ୍‌‌ ଯାତ୍ରା ଦେଖିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories