www.samajalive.in
Tuesday, December 9, 2025
23.1 C
Bhubaneswar

ଟାଟା ପାୱାରର ମନମୁଖି କାର୍ଯ୍ୟ ବିରୋଧରେ କଂଗ୍ରେସର ପ୍ରତିବାଦ ସଭା

ପିପିଲି: ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ବିତରଣ ଲିମିଟେଡ୍‍ (ଟିପିସିଓଡିଏଲ୍‍) ସଂସ୍ଥା ପିପିଲି ଓ ଡେଲାଙ୍ଗ ଅଞ୍ଚଳର ବିଦ୍ୟୁତ୍‍ ଉପଭୋକ୍ତାଙ୍କୁ ଶୋଷଣ କରିବା, ମାତ୍ରାଧିକ ବିଦ୍ୟୁତ ବିଲ୍‍ ଆସିବା, ମନଇଚ୍ଛା ଘରେ ପଶି ଫାଇନ ଆଦାୟ କରିବା ଓ ବିଦ୍ୟୁତ୍‍ କାଟ୍‌ ଆଦିର ତୀବ୍ର ବିରୋଧ କରିଛି କଂଗ୍ରେସ। ପିପିଲି ବ୍ଲକ କଂଗ୍ରେସ କମିଟି ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ପିପିଲି ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇ ଟାଟା ପାୱାରର ମନମୁଖି କାର୍ଯ୍ୟକୁ କଡା ସମାଲୋଚନା କରାଯିବା ସହ ଏ ସଂପର୍କରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏକ ଜନ ହିତକର ରାଷ୍ଟ୍ରରେ ଏକ ଘରୋଇ ସଂସ୍ଥାର ଏଭଳି ବେନିୟମ କାର୍ଯ୍ୟ ଓ ଜୁଲୁମ ବନ୍ଦ ନହେଲେ ଆଗାମୀ ଦିନରେ ସେମାନଙ୍କୁ ଏଠାରେ ବିରୋଧ କରାଯିବା ସହ କାର୍ଯ୍ୟ କରାଇ ଦିଆଯିବନାହିଁ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଥିଲେ।

ସ୍ଥାନୀୟ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପୁରୀ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ପିପିଲି ଏନ୍‍ଏସି କଂଗ୍ରେସ ସଭାପତି ସେକ୍‍ ମେହେବୁବ, ଯୁବନେତା ସଞ୍ଜୟ ଶତପଥୀ, ଭରତ ଜେନା, ସୁରେନ୍ଦ୍ର ସେଠୀ, ଭରତ ବାରିକ, ରମେଶ ବାରିକ, ସୁଶାନ୍ତ ସେଠୀ, ଜୟମନୁ ସାମନ୍ତରାୟ, ଆରିଫ ଖାଁ, ସେକ୍‍ ସବିର, ଭାସ୍କର ସାହୁ, ଦେବରାଜ ସାହୁ, ହିମତ ଅଲ୍ଲୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇଥିଲେ। ଶ୍ରୀମିଶ୍ର ଅଭିଯୋଗ କରିଥିଲେ ଯେ, ଲୋକମାନଙ୍କ ଅର୍ଥରେ ସରକାର ଚାଲେ ଏବଂ ଲୋକଙ୍କ ହିତ ପାଇଁ ସରକାର କାର୍ଯ୍ୟ କରିବା କଥା। ସରକାର ବିଦ୍ୟୁତ ବିଭାଗର ଘରୋଇ କରଣ କରିବା ଅର୍ଥ ନୁହେଁ ଯେ ସଂପୃକ୍ତ ସଂସ୍ଥା ମନଇଚ୍ଛା ଲୋକଙ୍କ ଉପରେ ଜୁଲୁମ କରିବ। ଏଠାରେ ପ୍ରତ୍ୟେକ ଦିନ ୨ରୁ ୩ଘଣ୍ଟା ଯାଏଁ ମନଇଚ୍ଛା ବିଦ୍ୟୁତ କାଟ ହେଉଥିବା ବେଳେ ପ୍ରତିମାସରେ କିନ୍ତୁ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍‍ କିପରି ବଢ଼ି ଚାଲିଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ମନଇଚ୍ଛା ଲୋକଙ୍କଠାରୁ ଫାଇନ ଆଦାୟ କରାଯାଉଥିବା ବେଳେ ଘରେ ପଶି ବିଦ୍ୟୁତ୍‍ ସଂଯୋଗ ଛିନ୍ନ କରାଯାଉଛି। ପିପିଲି ଓ ଡେଲାଙ୍ଗର ଅଧିକାଂଶ ଲୋକେ ଗରୀବ ଚାଷୀ ହୋଇଥିବାରୁ ଏହି ଘରୋଇ ବିଦ୍ୟୁତ୍‍ ବିତରକ ସଂସ୍ଥାର ଜୁଲୁମରେ ସେମାନେ ଅତିଷ୍ଠ ହୋଇପଡ଼ିଲେଣି। ଏବେଠାରୁ କଂପାନୀ ରାଜ୍‍ ବନ୍ଦ ନହେଲେ ଆଗକୁ ପରିଣତି ଖରାପ ହେବ ବୋଲି ସେ ଚେତାବନୀ ଦେଇଥିଲେ। ଏ ସଂପର୍କରେ ରାଜ୍ୟପାଳ ଓ ପୁଲିସ ଡିଜିପିଙ୍କ ଉଦ୍ଦେଶ୍ୟରେ ଦୁଇଟି ପୃଥକ ସ୍ମାରକପତ୍ରକୁ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଏକ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories