www.samajalive.in
Sunday, December 7, 2025
14.1 C
Bhubaneswar

ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ; କିନ୍ତୁ ମୃତ୍ୟୁର ଅଢେଇ ମାସ ପରେ କାହିଁକି?

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ମଙ୍ଗଳବାର ଟୋକିଓରେ ସମ୍ପନ୍ନ ହୋଇଛି। ଏଥିରେ ସାମିଲ ହେବା ପାଇଁ ବିଶ୍ବର ୨୧୭ ଦେଶର ପ୍ରତିନିଧିମାନେ ଟୋକିଓରେ ପହଞ୍ଚିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୋକିଓରେ ପହଞ୍ଚି ଆବେଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଏହା ଦୁନିଆର ସବୁଠାରୁ ମହଙ୍ଗା ଅନ୍ତିମ ସଂସ୍କାର ବୋଲି କୁହାଯାଉଛି। ଏଥିରେ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏଠାରେ ସୂଚନାଯୋଗ୍ୟ, ଜୁଲାଇ ୮ରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏପରି ପରିସ୍ଥିତିରେ, ଆପଣ ନିଶ୍ଚିତ ଭବେ ଭାବୁଥିବେ ଯେ ଯେତେବେଳେ ଜୁଲାଇ ୮ରେ ଆବେଙ୍କର ଦେହାନ୍ତ ହେଲା, ତେବେ ତାଙ୍କର ଅନ୍ତିମ ସଂସ୍କାର ବର୍ତ୍ତମାନ ଅଢେଇ ମାସ ପରେ କାହିଁକି କରାଗଲା?

- Advertisement -

ବାସ୍ତବରେ, ଜୁଲାଇ ୮ରେ ସିଞ୍ଜୋ ଆବେଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ପରିବାର ଜୁଲାଇ ୧୫ରେ ବୌଦ୍ଧ ପରମ୍ପରା ଅନୁଯାୟୀ ତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଆଜି ଯେଉଁ ରାଜକୀୟ ଅନ୍ତିମ ସଂସ୍କାର କରାଯାଇଛି, ତାହା ପ୍ରତୀକାତ୍ମକ। ଏଥିରେ ଶ୍ରଦ୍ଧାଞ୍ଜଳି ପାଇଁ ଆବେଙ୍କ ଅସ୍ଥିକୁ ରଖାଯାଇଥିଲା।

ଆବେଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବିଶ୍ବର ୨୧୭ ଦେଶର ପ୍ରତିନିଧିମାନେ ପହଞ୍ଚିଥିଲେ। ଏହି ସମୟରେ, ଲୋକମାନେ ଆବେଙ୍କ ସହ ଜଡିତ ସେମାନଙ୍କ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିପାଇଁ ଜାପାନ ଯାଇଛନ୍ତି। ସିଞ୍ଜୋ ଆବେ ମୋଦୀଙ୍କର ଜଣେ ଭଲ ବନ୍ଧୁ ଥିଲେ।

ଜାପାନରେ କେମିତି ହୁଏ ଅନ୍ତିମ ସଂସ୍କାର?

ଜାପାନର ଅଧିକାଂଶ ଲୋକ ବୌଦ୍ଧ ପରମ୍ପରା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରନ୍ତି। ଏହି ପରମ୍ପରା ଅନୁଯାୟୀ, ମୃତ୍ୟୁ ପରେ ସମ୍ପର୍କୀୟମାନେ ମୃତକଙ୍କ ଓଠରେ ପାଣି ଲଗାନ୍ତି। ଯାହାକୁ ଶେଷ ସମୟର ଜଳ କୁହାଯାଏ।

ମୃତ୍ୟୁର ପରଦିନ ‘ୱେକ’ ପରମ୍ପରା ରହିଛି, ଯେଉଁଥିରେ ପ୍ରୀୟ ପରିଜନମାନେ ଏକାଠି ହୁଅନ୍ତି। ସେମାନେ ମୃତକଙ୍କ ଶେଷ ଦର୍ଶନ କରନ୍ତି। ଏହି ସମୟରେ ତାଙ୍କ ସହିତ ଜଡିତ ସ୍ମୃତିକୁ ମନେ ପକାଇଥା’ନ୍ତି। ପୁରୁଷମାନେ କଳା ସୁଟ୍, ଧଳା ସାର୍ଟ ଏବଂ କଳା ଟାଇ ପିନ୍ଧି ଆସନ୍ତି। ଅପରପକ୍ଷେ, ମହିଳାମାନେ କଳା ରଙ୍ଗର ପୋଷାକ ପିନ୍ଧି ଆସନ୍ତି। ଅନେକ ସ୍ଥାନରେ ଲୋକମାନେ ମୃତକଙ୍କ ସମ୍ପର୍କୀୟଙ୍କୁ କଳା କିମ୍ବା ରୂପେଲୀ ରଙ୍ଗର ଲଫାପାରେ ଟଙ୍କା ମଧ୍ୟ ଦିଅନ୍ତି। ବୌଦ୍ଧ ପରମ୍ପରା ଅନୁଯାୟୀ ମନ୍ତ୍ର ମଧ୍ୟ ପାଠ କରାଯାଏ।

ଏହାପରେ ହିନ୍ଦୁ ଧର୍ମ ପରି ମୃତଦେହକୁ ଅଗ୍ନି​‌ରେ ଦାହ କରାଯାଏ। କଫିନକୁ ଧୀରେ ଧୀରେ ଇଲେକ୍ଟ୍ରିକ୍ ଶବଦାହ ଗୃହର ଏକ ଚାମ୍ବରକୁ ସ୍ଥାନାନ୍ତରିତ କରାଯାଏ। ଏହି ସମୟରେ ପରିବାର ସଦସ୍ୟ ସେଠାରେ ଉପସ୍ଥିତ ରୁହନ୍ତି। କଫିନ୍ ସମ୍ପୂର୍ଣ୍ଣ ଭାବେ ଚାମ୍ବର ଭିତରକୁ ଯିବା ପରେ ସମ୍ପର୍କୀୟମାନେ ଘରକୁ ଫେରିଯାଆନ୍ତି। ଦୁଇରୁ ତିନି ଘଣ୍ଟା ପରେ ସମ୍ପର୍କୀୟମାନଙ୍କୁ ପୁନର୍ବାର ଡକାଯାଏ ଏବଂ ମୃତକଙ୍କ ଅସ୍ଥି ସେମାନଙ୍କୁ ଦିଆଯାଏ। ସମ୍ପର୍କୀୟମାନେ ଅସ୍ଥି ସଂଗ୍ରହ କରି କଳସରେ ରଖନ୍ତି। ପ୍ରଥମେ ପାଦ ଏବଂ ପରେ ମୁଣ୍ଡର ଅସ୍ଥିକୁ କଳସରେ ରଖାଯାଏ।

ହିନ୍ଦୁ ପରମ୍ପରା ଅନୁଯାୟୀ, ମୃତକଙ୍କ ଅସ୍ଥିକୁ ନଦୀରେ ପ୍ରବାହିତ କରାଯାଇଥାଏ। କିନ୍ତୁ ଜାପାନରେ ସାମାନ୍ୟ ଭିନ୍ନ ପରମ୍ପରା ରହିଛି। ସେଠାକାର ଲୋକେ କଳସରେ ଥିବା ଅସ୍ଥିକୁ ପାରିବାରିକ କବରରେ ପୋତି ଦିଅନ୍ତି। କିଛି ଲୋକ ସିଧାସଳଖ ଅସ୍ଥିକୁ ପୋତି ଦିଅନ୍ତି, ଆଉ କିଛି ଲୋକ ଏହାକୁ ନିଜ ଘରେ କିଛି ଦିନ ରଖନ୍ତି।

 

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories