www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତାରୁ ୨୫ହଜାର ଟଙ୍କା ପାଇ ଫେରାଇଲେ ସପ୍ତମ ଶ୍ରେଣୀ ଛାତ୍ର

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅଧୀନ ସାନପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମହାନତା ସମ୍ପ୍ରତି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟସ୍ଥ କଅଁରପୁର ଗାଁର କୁଶଚନ୍ଦ୍ର ବେହେରାଙ୍କ ପୁଅ ଶୁଭଙ୍କର(୧୨) ସକାଳେ ସ୍କୁଲକୁ ଆସୁଥିବା ସମୟରେ ରାସ୍ତାରୁ ୨୫ହଜାର ୫ଶହ ଟଙ୍କା ପାଇଥିଲେ । ଅର୍ଥ ପ୍ରତି ଆଦୌ ଲାଳସା ରଖି ନଥିବା ଛାତ୍ରଜଣକ ଏ ସମ୍ପର୍କରେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ । ସ୍କୁଲ ପକ୍ଷରୁ ସନ୍ଧାନ ନେବା ପରେ ଏହି ହଜି ଯାଇଥିବା ଟଙ୍କାଗୁଡ଼ିକ ସ୍ଥାନୀୟ ଟଣକା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଥିଲା। ତାଙ୍କୁ ଡକାଯିବା ପରେ ସମସ୍ତ ଅର୍ଥ ଛାତ୍ରଜଣକ ଫେରସ୍ତ କରିଥିଲେ । ତେବେ ଛାତ୍ରଙ୍କର ଏହି ମହାନତା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହପାଠୀଙ୍କ ପାଦ ତଳେ ଲାଗୁନଥିବା ଦେଖିବାକୁ ମିଳିଛି । ଛାତ୍ରଙ୍କର ଏହି ନିର୍ଲୋଭ ଓ ସାହାଯ୍ୟ ମନୋବୃତ୍ତି ସମ୍ପ୍ରତି ଅନ୍ୟ ସହପାଠୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories