ରାଜ୍ୟସ୍ତରୀୟ କଵ ବୁଲ ବୁଲ ଉତ୍ସବରେ ବରଗଡ଼ କବ୍ ବୁଲ ବୁଲର ସଫଳତା 

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟର ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିବା କବ ବୁଲ ବୁଲ ଉତ୍ସବରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଛପଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ରୁ ୧୮ ଜଣ କବ୍ ବୁଲ ବୁଲ ଓ ତିନି ଜଣ ଗାଇଡ ଶିକ୍ଷକ ଯୋଗ ଦେଇଥିଲେ । ଏଥିରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ସଫଳତା ହାସଲ କରିଛନ୍ତି । ପେଣ୍ଟିଂ ପ୍ରତିଯୋଗିତାରେ ଵରଗଡ଼ ଖଜୁର ଟିକ୍ରା ପ୍ରାଥମିକ ବିଦ୍ୟାଳୟର ସ୍ନେହା ରାଉତ ପ୍ରଥମ ଓ ରୋହିନିକାନ୍ତ ପଟେଲ ଦ୍ଵିତୀୟ, ରେମ୍ ସୋ’ରେ ପୁଷ୍ପାଞ୍ଜଳି ସାହୁ ମେଡାଲ ପାଇଥିବା ବେଳେ ଦଳଗତ ପ୍ରତିଯୋଗିତା ଗ୍ରୁପ ଡାନ୍ସରେ ତୃତୀୟ ସ୍ଥାନ ଓ କଳରବରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

prayash

ସେହିପରି ଲେବିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଆୟୁସ୍ମାନ୍ ଦାଶ ମଡେଲ ମାକିଂରେ ତୃତୀୟ ସ୍ଥାନ, ସୁରଜ୍ ଭୋଇ କବ୍ ପେଣ୍ଟ ପ୍ରତିଯୋଗିତାରେ ପ୍ରଥମ, ଆର୍ଟ ଆଣ୍ଡ କ୍ରାଫ୍ଟରେ  ଚେତକ୍ ସୁନା ପ୍ରଥମ ସ୍ଥାନ, ରେମ୍ ସୋ’ରେ ସ୍ଵାଗତ ସାହୁ ପଦକ ହାସଲ କରିଥିବା ବେଳେ ଦଳଗତ ପ୍ରତିଯୋଗିତାରେ କବ୍ ଗ୍ରୀଟିଂରେ ତୃତୀୟ ଓ ଜଙ୍ଗଲ ପ୍ଲେରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ।ଉଭୟ ବିଦ୍ୟାଳୟରୁ ମୋଟ୍‌ ୧୯ଟି ପଦକ ହାସଲ କରି ବରଗଡ଼ ଜିଲ୍ଲାର  ଗୌରବ ହାସଲ କରିଛନ୍ତି ।

ଏହି କୁନି କୁନି ପିଲା ମାନଙ୍କୁ  ରାଜ୍ୟ ସ୍ତରକୁ ନେଇ ସେମାନଙ୍କୁ ଏହି ସଫଳତା ପାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏମାନଙ୍କ ସହ ଯାଇଥିବା ଲିଡର ଝରଣା ଦାଶ, କଵ ମାଷ୍ଟର ଗିରିଧାରୀ ଡନସନା ଓ ସୁନୟନ ଭୋଇ  । ଏହି ଦଳର ସଫଳତା ପାଇଁ ତାଙ୍କୁ ଜିଲ୍ଲା ସ୍କାଉଟ / ଗାଇଡ କମିଶନର ତଥା ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,   ଛତ୍ରପତି ସାହୁ, ଜ୍ୟୋତିକାନ୍ତସାହୁ  ,ଗାଇଡ କମିଶନର ତଥା ସୋହେଲା ବ୍ଲକ  ଶିକ୍ଷା ଅଧିକାରୀ ଅମୃତା ସାହୁ, ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ,ପୂର୍ବତନ ସ୍କାଉଟ ସମ୍ପାଦକ ତଥା ଜିଲ୍ଲା  ଶାରୀରିକ ଶିକ୍ଷା ଅଧିକାରୀ  ଆଶୁତୋଷ  ଦେ ,  ଜିଲ୍ଲା ଗାଇଡ ତାଲିମ କମିଶନର  ଅନୁସୂୟା  ଦେବତା ,ତଥା ଜିଲ୍ଲାର ସମସ୍ତ ସ୍କାଉଟ ମାଷ୍ଟର, ଗାଇଡ କ୍ୟାପଟେନ ତଥା ସ୍କlଉଟ ଗାଇଡ ପରିବାର ପକ୍ଷରୁ ବିପୁଳ ସ୍ଵାଗତ ଜଣାଇବା ସହ ସାଧୁବାଦ୍ ଜଣାଇଛନ୍ତି ।

kalyan agarbati

Comments are closed.