ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ, ଭୂକମ୍ପର ଝଟକା ବିଳମ୍ବିତ ରାତି ପ୍ରାୟ ୨ଟା ୩୦ରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୧ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ଏଯାଏଁ ମିଳିନାହିଁ।



