ଦେଓଗାଁ ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବୀ

ସ୍ଥାୟୀ ବିଡ଼ିଓ ନିଯୁକ୍ତିରେ ବାଧା ସୃଷ୍ଟି କରୁଛି କିଏ ?, ବିକାଶରେ ବାଧକ ଅସ୍ଥାୟୀ କର୍ମଚାରୀ 

ଦେଓଗାଁ : ବଲାଙ୍ଗୀର ଜିଳ୍ଲା‌ ଦେଓଗାଁ ବ୍ଳକ ତଥା ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଦେଓଗାଁ ବ୍ଳକ ଦିନକୁ ଦିନ ଅବହେଳିତ ହେବାରେ ଲାଗିଛି । ୨୦୨୧ଶେଷ ଭାଗରେ ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମରେ ମୋଟ ୧୪ଟି ବ୍ଳକ ମଧ୍ୟରେ ଉନ୍ନୟନ କାମରେ ୧ରୁ ୩ନମ୍ବର ସ୍ଥାନରେ ଥିବା ବେଳେ ବର୍ତ୍ତମାନ ୧୨ରୁ ୧୪ନମ୍ବର ସ୍ଥାନକୁ ଖସିବାରେ ଲାଗିଥିବା ବ୍ଲକ କର୍ମଚାରୀମାନେ ଆଲୋଚନା କରୁଛନ୍ତି । ଏହାର ମୁଖ୍ୟ କାରଣ ଜଣେ ସ୍ଥାୟୀ ଓ ଦକ୍ଷ ବିଡ଼ିଓ ନିହାତି ଦରକାର। ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ତଥା ନରସିଂହ ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀର ବ୍ଲକ ଦେଓଗାଁ ବ୍ଳକ ୧୨ ରୁ ୧୪ନମ୍ବରରେ ରହୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଦେଓଗାଁ ବ୍ଳକରେ ଜଣେ ସ୍ଥାୟୀ ଏବିଡିଓ ଥିବା ବେଳେ ବଲାଙ୍ଗୀର ବ୍ଳକର ଏବିଡିଓ ରାମଦତ୍ତ ଭୋଇଙ୍କୁ ଦେଓଗାଁ ବ୍ଳକର ବିଡିଓ ଦାୟିତ୍ବ ଦେବାରୁ ଏହା କେଉଁ ପ୍ରକାର ବ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହେଉଛି । ଅନ୍ୟ ପକ୍ଷରେ ପ୍ରତି ସୋମବର ଦିନକୁ ସରକାର ଅଭିଯୋଗ ଦିବସ ଭାବେ ଘୋଷଣା କରି ସାଧାରଣ ଲୋକଙ୍କ କଥା ବୁଝିବାକୁ ବ୍ୟବସ୍ଥା କରାଯାଇଛି ହେଲେ ବିଡ଼ିଓ ଫିଳ୍ଡ କାମ ଦର୍ଶାଇ କୌଣସି ଅଭିଯୋଗ ଶୁଣାଣିରେ ନ ରହିବା, ଦେଓଗାଁ ବ୍ଳକକୁ ଲୋକସଭା ସାଂସଦ ପାଣ୍ଠିରୁ ୧୧ଟି ପ୍ରକଳ୍ପ ପାଇଁ ଆସି ଥିବା ୨୯ଲକ୍ଷ ଟଙ୍କାରୁ କାମ ନ କରି ୫ଟି ପ୍ରକଳ୍ପର ୧୫ଲକ୍ଷ ଟଙ୍କା ଚଳୁ କରିବା ବ୍ଳକ ପ୍ରଶାସନର ଦୁର୍ବଳତାକୁ ଅଙ୍ଗୁଳି ନିର୍ଦେଶ କରୁଛି । ସେହିପରି ବାରମ୍ବାର ବ୍ଳକରେ କର୍ମଚାରୀ ଅସନ୍ତୋଷ ସହ ବିଶୃଙ୍ଖଳା ଦେଖାଯାଉଥିବାରୁ ବିଡିଓ ଚୁପ ରହୁଥିବାରୁ ଆଗାମୀ ଦିନରେ କର୍ମଚାରୀମାନେ ଆସିବେ ନାହିଁ ବୋଲି ନାମ ଗୋପନ ରଖି ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି।
prayash
ପ୍ରକାଶ ଯେ, ଇତି ମଧ୍ୟରେ ୪ଥର ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାୟୀ ବିଡ଼ିଓ ନ ଥିବା ବ୍ଳକ ଗୁଡ଼ିକରେ ସ୍ଥାୟୀ ବିଡ଼ିଓ ନିଯୁକ୍ତି କରାଯାଇଛି ହେଲେ କିଏ କାହିଁକି ଦେଓଗାଁ ବ୍ଳକରେ ସ୍ଥାୟୀ ବିଡ଼ିଓ ନିଯୁକ୍ତି ପାଇଁ ବାରଣ କରୁଛନ୍ତି ଓ ତାଙ୍କ ସ୍ବାର୍ଥ କଣ ତାହାକୁ ନେଇ ଦେଓଗାଁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି।
ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୧୪୩୮୯/୨୭-୦୭-୨୦୨୨ ଓ ପତ୍ର ସଂଖ୍ୟା ୧୭୨୧୨/୦୯-୦୯-୨୦୨୨ରେ ବିଭିନ୍ନ ସ୍ଥାୟୀ ବିଡ଼ିଓ ନ ଥିବା ବ୍ଲକ ଗୁଡିକରେ ବିଡ଼ିଓ ନିଯୁକ୍ତି କରାଯାଇଛି । ହେଲେ ଦେଓଗାଁ ଅଞ୍ଚଳରେ ବିଡ଼ିଓ ନିଯୁକ୍ତିରେ କିଏ କାହିଁକି ବାଧା ସୃଷ୍ଟି କରୁଛି ବୋଲି ପ୍ରଶ୍ନ ହେଉଛି ।
kalyan agarbati

Comments are closed.