ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବେନଶ୍ୱର: ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତି “ଓଡ଼ିଶୀ ଆସର” ଆଜି ସଂଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଙ୍ଗମଞ୍ଚ ”ରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିମାସରେ ‘ଓଡ଼ିଶୀ ଆସର’ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠି ତହୋଇ ଆସୁଥିଲେ ହେଁ ଗତ କିଛିମାସ ଧରି କୋଭିଡ଼ ମହାମାରୀର କଟକଣାକୁ ଦୃଷ୍ଟିରେରଖି ଏହା ସ୍ଥଗିତ ରହିଥିଲା। ଚଳିତମାସଠାରୁଏହାର ପୁନଃଶୁଭାରମ୍ଭ କରାଯାଇଛି ଏବଂ ପ୍ରତ୍ୟେକ ମାସରେ ଏହା ଅନୁଷ୍ଠିତ ହେବ। ଉଭୟ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଂଗୀତର ଭାବଧାରାକୁ ନେଇ ଏହିକାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହିକାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରରଗୁରୁ ଏବଂ ଶିକ୍ଷାନବୀଶ ତଥା ଛାତ୍ରଛାତ୍ରୀମାନେ ନୃତ୍ୟ ଏବଂ ସଂଗୀତ ପରିବେଷଣ କରିଥିଲେ। ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉଦ୍ଦେଶ୍ୟରେ ଏହାର ସରକାରୀସ୍ତରରେ ଆଉ ଏକ ପଦକ୍ଷେପ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି ।
ଆଜିର ଏହିକାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମଧୁସୂଦନ ପାଢ଼ୀ, ସମ୍ମାନୀତ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଉପ ଶାସନ ସଚିବ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

prayash

ଆଜିର ଏହି “ଓଡ଼ିଶୀ ଆସର”ର ଶିଳ୍ପୀମାନେ ଥିଲେ ଓଡ଼ିଶୀ ନୃତ୍ୟରେ – ଲୀନା ନନ୍ଦ, ମିନତୀ ପ୍ରଧାନ, ଜ୍ୟୋତିରାଣୀ ନାୟକ ଏବଂ ସାଗରିକା ପରିଡ଼ା। ଗୁରୁ କେଶବ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀଗାୟନ କରିଥିଲେ – ରାଜେଶ ଲେଙ୍କା, ସ୍ମୃତିରେଖା ପ୍ରତିହାରୀ, ଅର୍ପିତା ସାହୁ, ସୁନିତାରାଣୀ ବିଶ୍ୱାଳ, ନୀଳିମା ପ୍ରଧାନ, କବିତା ନାୟକ, ଜୟଗୁରୁ ପ୍ରଧାନ, ପ୍ରଦୀପ ମହାରଣା, ତାପସ କୁମାର ନାୟକଏବଂ ଯନ୍ତ୍ର ସଂଗୀତରେ ଥିଲେ – ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର୍), ରମେଶଚନ୍ଦ୍ର ଦାଶ (ବେହେଲା), କାଳନ୍ଦୀଚରଣ ପରିଡ଼ା (ମର୍ଦ୍ଦଳ), ରୁଦ୍ର ପ୍ରସାଦ ପରିଡ଼ା (ବଂଶୀ), କୃଷ୍ଣଚନ୍ଦ୍ର ଦାସ ଏବଂ ସର୍ବେଶ୍ୱର ବଇଠାରୁ (ଓଡ଼ିଶୀଗାୟନ) ଓ ଜ୍ୟୋତିପ୍ରକାଶ ସାହୁ (ବେହେଲାବାଦନ)। କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। ଉକ୍ତ କାର୍ଯ୍ୟକ୍ରମଟି ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଥିଲା ଏବଂ ଏହିପରି କାର୍ଯ୍ୟକ୍ରମ ଅଧିକ ଆୟୋଜନ ହେବା ନିମନ୍ତେ ଆଲୋଚନା ହୋଇଥିଲା। ଆସନ୍ତା ଅକ୍ଟୋବର ମାସରେ “ଓଡ଼ିଶୀ ଆସର” ସେହି ଉତ୍କଳ ରଂଗମଞ୍ଚରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି।

kalyan agarbati

Comments are closed.