ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ବନ୍ଦ!, ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିବେଦନ

ଗୁରୁଡିଝାଟିଆ: ଶିଳ୍ପ ହେଲେ ଆଞ୍ଚଳିକ ବିକାଶ ସାଧନ ହେବ। ଯୁବଗୋଷ୍ଠୀ ମୁହଁରେ ହସ ଫୁଟିବ। କ୍ରିଡା, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି,ଗମନାଗମନ,ପରିବେଶ ପୁରି ଉଠିବ। ଏପରିକି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ଗାଁର ମହିଳାମାନେ ମଧ୍ୟ ବିଶେଷ ଭାବରେ ଉପକୃତ ହୋଇପାରିବେ। ନିୟମ ଅନୁଯାୟୀ କାରଖାନା କର୍ତ୍ତୃପକ୍ଷ ପାରିପାର୍ଶ୍ବିକ ଉନ୍ନୟନକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକତା ରହିଥିବା ବେଳେ ଏହାକୁ ଏକ ପ୍ରକାର ହାଲକା ଭାବରେ ଗ୍ରହଣ କରିଥିବା କାରଖାନା କର୍ତ୍ତୃପକ୍ଷ ସିମେଣ୍ଟ ପ୍ୟାକିଂ ଓ ଗ୍ରାଇଣ୍ଡିଂ ଆଦି ଅତ୍ୟନ୍ତ ପ୍ରଦୂଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଆଖିବୁଜିଦେଇଛି। ସେମାନଙ୍କୁ ନା ଦିଆଯାଉଛି ପିନ୍ଧିବା ପାଇଁ ତୁଣ୍ଡି ଏବଂ ଖାଇବାକୁ ପ୍ରଦାନ କରାଯାଉଛି କଦଳୀ ଓ ଗୁଡ। ଏପରିକି କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କୁ ସୁରକ୍ଷା ସଂପର୍କିତ ସଚେତନତା କରିବା ପାଇଁ ନିକଟରେ ଗଢିଉଠିଥିବା କାରଖାନାମାନେ କରୁଥିଲେ ମଧ୍ୟ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ କ’ଣ ପାଇଁ ଏଥିପ୍ରତି କରୁନାହିଁ ତାହା ବୁଝାପଡୁନାହିଁ।

ପ୍ରକାଶଯୋଗ୍ୟ କାରଖାନା ନିର୍ମାଣ ୨୦୧୭ ରୁ ଆରମ୍ଭ ହୋଇଥିଲେ ମଧ୍ୟ ୨୦୨୧ ଆର୍ଥିକ ବର୍ଷ ପରେ ଉତ୍ପାଦନ ଆରମ୍ଭ କରିଛି। କାରଖାନାରେ କାର୍ଯ୍ୟରତ ସମସ୍ତ ସ୍ଥାନୀୟ କର୍ମଚାରୀମାନେ ଠିକାରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କୁ ନିୟମିତ କରାନଯିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ। ସତେଅବା କାରଖାନାରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଯୋଗ୍ୟତା ନାହିଁ ? ସ୍ଥାନୀୟ ଅଞ୍ଚଳର ଜନସାଧାରଣ ରାତିଅଧରେ ଆପାତ କାଳୀନ ସ୍ୱରୂପ ଚିକିତ୍ସାଳୟକୁ ଯିବା ପାଇଁ କାରଖାନା କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗାଉଥିବା ବେଳେ ଏବେ କିଛି ମାସ ହେଲା ତାହାକୁ ବନ୍ଦ କରିଦିଆଯାଇଛି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବୁଝିପାରୁନାହାନ୍ତି।

prayash

ସେହିପରି ଯାନବାହନ ଚଳାଚଳ ପାଇଁ ଘଣ୍ଟିଖାଲ-ନିଧିପୁର ଅଞ୍ଚଳରେ ବ୍ୟାପକ ଧୁଳି ଉଡୁଛି। ଏଥିପାଇଁ କାରଖାନା କର୍ତ୍ତୃପକ୍ଷ ପାଣି ସିଞ୍ଚନ ବ୍ୟବସ୍ଥା କରୁଥିଲେ। ତାହା ମଧ୍ୟ ବନ୍ଦ କରିଦେଲେଣି। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,କ୍ରିଡା, ମହିଳାମାନଙ୍କୁ ସହାୟତା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଆଦି ନିକଟରେ ଗଢିଉଠିଥିବା କାରଖାନାମାନ କରୁଥିଲେ ମଧ୍ୟ କ’ଣ ପାଇଁ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ କରୁନାହାନ୍ତି ତାହା ଏବେ ବୁଦ୍ଧିଜୀବି ମହଲରେ ଆଲୋଚିତ ହେଉଛି। ପାରିପାର୍ଶ୍ବିକ ଉନ୍ନୟନ ନାମରେ କାଁଭାଁ ସହାୟତା ପ୍ରଦାନ କରି କାରଖାନା କର୍ତ୍ତୃପକ୍ଷ ସବୁ କରୁଛି ବୋଲି ନାଗରା ପିଟୁଛି ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେଶ୍ୱର ମହାନ୍ତିଙ୍କୁ ପଚାରିବାରୁ କହିଥିଲେ, ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି ଏବଂ କାରଖାନାର ସମସ୍ତ ତଥ୍ୟ ଯେଉଁ ବିଭାଗ ଜାଣିବା କଥା ସେମାନଙ୍କୁ ଜଣାଇଦେଇଛୁ ବୋଲି କହିଥିଲେ। ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ପାରିପାର୍ଶ୍ବିକ ଉନ୍ନୟନ, ପ୍ରଦୂଷଣ ରୋକିବା ପାଇଁ ପାଣି ସିଞ୍ଚନ ଓ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ବନ୍ଦ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ କାରଖାନା କର୍ତ୍ତୃପକ୍ଷଙ୍କୁ ଆମେ ସମସ୍ତ ତଥ୍ୟ ମାଗିଛୁ। ସପ୍ତାହକ ଭିତରେ ହସ୍ତଗତ ହେଲେ ଅବଗତ କରାଯିବ।

kalyan agarbati

Comments are closed.