ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ କାରାଦଣ୍ଡ
କେଶଦୁରାପାଳ: ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଷ୍କର୍ମକାରୀ ରଘୁନାଥ ପିଙ୍ଗୁଆକୁ କେନ୍ଦୁଝର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ୧୪ ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନାରୁ ଜଣାଯାଏ, ୮।୫।୨୦୧୯ ମସିହାରେ ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ଟିକିରା ସାହିର ଜଣେ ନାବାଳିକା ଛତୁ ତୋଳୁଥିବା ସମୟରେ ଘସିପୁରା ଥାନା ବରଗୋଠ ଗ୍ରାମର କୁଚୁ ମୁଣ୍ଡାଙ୍କ ପୁଅ ରଘୁନାଥ ପିଙ୍ଗୁଆ(୨୨) ଉକ୍ତ ନାବାଳିକାକୁ ପ୍ରଲୋଭନ ଦେଖାଇ ବରଗୋଠ ଜଙ୍ଗଲକୁ ନେଇ ୨ ଦିନ ଦୁଷ୍କର୍ମ କରିଥିଲା । ପରିବାର ଲୋକ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଘସିପୁରା ଥାନାରେ ରଘୁନାଥ ପିଙ୍ଗୁଆ (୨୨)ଙ୍କ ନାମରେ ଏନେଇ ଅଭିଯୋଗ କରିଥିଲେ। ଘସିପୁରା ପୁଲିସ କେଶ ନଂ ୭୦/ ୮।୫।୨୦୧୯ / ୬ ପୋକ୍ସୋରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଥିଲେ। ମଙ୍ଗଳବାର ଏହି ଘଟଣାରେ ୧୩ ଜଣ ସାକ୍ଷୀ ଓ ପୁଲିସ ତଥ୍ୟକୁ ଆଧାର କରି ଅଦାଲତ ଏହି ଦଣ୍ଡାଦେଶ କରିଥିବା ସ୍ଵତନ୍ତ୍ର ପିପି ସୂଚନା ଦେଇଛନ୍ତି।
Comments are closed.