www.samajalive.in
Monday, December 8, 2025
14.1 C
Bhubaneswar

ଭୂକମ୍ପରେ ଥରିଲା ତାଇୱାନ; ୩୦୦ କିମି ଭିତରେ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ତାଇୱାନରେ ରବିବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ଏଠାରେ ୬.୯ ସାନ୍ଧ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଛି। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ, ସେଠାରେ ଏକ ଦୁଇ ମହଲା କୋଠା ଭୁଶୁଡି ପଡିବା ସହ ଅନ୍ୟ ଏକ ସ୍ଥାନରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ଦିନ ୨ଟା୪୪(ସ୍ଥାନୀୟ ସମୟ)ରେ ସହରର ଉତ୍ତରରେ ୫୦ କିଲୋମିଟର ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ତଳେ ଥିଲା। ଦୁଇ ମହଲା କୋଠା ଭୁଶୁଡ଼ିବା ପରେ ଦୁଇ ଆହତଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଉଛି। ଭୂକମ୍ପ ଝଟ୍‌କା ପରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ ଜୀବନ ରକ୍ଷା କରିବାକୁ ବିଲଡିଂରୁ ବାହାରକୁ ଦୌଡ଼ୁଥିବା ଦେଖିବାକୁ ମିଳିଛି।

- Advertisement -


ଅପରପକ୍ଷେ, କେତେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ତାଇୱାନର ୟୁଜିଙ୍ଗଠାରୁ ୮୫ କିଲୋମିଟର ଦୂରରେ ୭.୨ ସାନ୍ଧ୍ରତା ବିଶିଷ୍ଟ ଭୂକମ୍ପ ରେକର୍ଡ କରାଯାଇଛି। ସେଠାରେ ସ୍ଥାନୀୟ ସମୟ ସକାଳ ୬ଟା ୪୪ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।

ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏଠାରେ ନାଗରିକମାନଙ୍କୁ ଅନ୍ଧାର ହେବା ପୂର୍ବରୁ ଦକ୍ଷିଣ ଟାପୁ କ୍ୟୁଶୁକୁ ଖାଲି କରିବାକୁ କୁହାଯାଇଛି। ରବିବାର ଏଠାରେ ପ୍ରବଳ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ତାଇୱାନ ସହିତ ସଂଯୁକ୍ତ ଦ୍ୱୀପରେ ସୁନାମୀ ହେବାର ଆଶଙ୍କା ରହିଛି ବୋଲି କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories