ବାଲି ଯାତ୍ରା ପାଇଁ ଭୈରବି ମନ୍ଦିରରେ ପୂଜାର୍ଚ୍ଚନା
କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଗ୍ରାମର ଭୈରବୀ ମନ୍ଦୀର ଠାରେ ବାଲି ଯାତ୍ରା ପାଇଁ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଯାଇଛି। ମା’ ଭୈରବୀ ପୂଜା କମିଟି ସିକରପାଇ ପକ୍ଷରୁ ଆୟୋଜିତ ବାଲିଯାତ୍ରା ଚଳିତ ମାସ ୧୧ ରୁ ୨୩ ପର୍ଯ୍ୟନ୍ତ ଚାଲୁ ରହିବ। ଶେଷ ୨୩ ତାରିଖ ଦିନ ନିଆଁ ବା ଝାମି ମାଡି ଯାତ୍ରା ଉଦଯାପନ ହେବ। ପୂର୍ବ ପୁରୁଷରୁ ଚାଲି ଆସୁଥିବା ବାଲିଯାତ୍ରାରେ ଲୋକଙ୍କ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଏଠି ଜମିବା ଦେଖିବାକୁ ମିଳେ।
ଆଜିର ଏହି ବିଶେଷ ପୂଜାର୍ଚ୍ଚନାରେ ସିକରପାଇ ଗ୍ରାମର ଗୌରୀ ଶଙ୍କର ନାୟକ, ଜାନି ସାହିର ଅର୍ଜୁନ କୁର୍ଶିକା, ସିଙ୍ଗି କୁର୍ଷିକା, ପୁରୋହିତ ବଳ ଭଦ୍ର ତ୍ରିପାଠୀ (ବାଲା ବାବୁ) ପୂଜାରୀ ରାଉତ ଗାଣ୍ଟା ବେଜୁଣୀ ପାଇକାଣି କରକରିଆ, କାମିନୀ ଗରଡିଆ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.