କନ୍ଧମାଳ ଜିଲାରେ ସ୍ୱାସ୍ଥ୍ୟରେ କାଯ୍ୟକାରି ହୋଇପାରୁନି ବ୍ୟାଟେରି ଚାଳିତ ଯାନ
ଫୁଲବାଣୀ:ରାଜ୍ୟ ସରକାର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରି କାର୍ଯ୍ୟକାରି କରୁଛନ୍ତି ।କିନ୍ତୁ କଦ୍ଧମାଳ ଜିଲ୍ଲାରେ ଯୋଜନା ର ବିଭିନ୍ନ ପ୍ରକାର ବ୍ୟତିକ୍ରମ ଦେଖାଦେଇଛି । ଏପରିକି କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମଚାରୀ ଅଭାବ ଥିବାବେଳେ ବହୁ ବିଭାଗ ରେ ବରିଷ୍ଠ ଡାକ୍ତର ନ ଥିବା ଦେଖା ଯାଉଛି। କନିଷ୍ଠ ଡାକ୍ତରମାନେ ବରିଷ୍ଠଙ୍କ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତ୍ୟେହ ଶହ ଶହ ରୋଗୀ ବିଭିନ୍ନ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଡାକ୍ତର ଖାନା କୁ ଅସୁଥିବା ବେଳେ କେତେକ ରୋଗୀ ପ୍ରକୃତ ସେବା ପାଇପାରୁନଥିବା ଅଭିଯୋଗ ହେଉଛି।
ଗୁରୁତର ରୋଗୀମାନଙ୍କୁ ପୂର୍ବରୁ ଷ୍ଟେଚର ମଧ୍ୟମରେ ବିଭାଗକୁ ନିଆ ଯାଉଥିବା ବେଳେ, ବର୍ତ୍ତମାନ ରାଜ୍ୟ ସରକାର, ଜିଲା ସଦର ମହକୁମା ଡାକ୍ତର ଖାନା ପାଇଁ ବେଟେରି ଚାଳିତ ଯାନ ଯୋଗାଇ ଦିଆଯାଇଛି। କିନ୍ତୁ ତାହାର ବ୍ୟବହାର ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କାରି ହୋଇପାରିନି। ଉକ୍ତ ବ୍ୟାଟେରି ଗାଡି ବର୍ତ୍ତମାନ ଅପବ୍ୟବହାର ହୋଇ ଖତ ଖାଇବାକୁ ଯାଉଛି। ଏସବୁର ତଦନ୍ତ କରି ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରୋଗୀ ମାନଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ଜିଲାପାଳ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ କେତେକ ସମାଜ ସେବୀ ଦାବି କରିଛନ୍ତି।
Comments are closed.