ବାଲିବନ୍ଧ ଠାରେ ବିଜେପିର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ
ଝୁମ୍ପୁରା: କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳିର ଝୁମ୍ପୁରା ମଣ୍ଡଳର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ବାଲିବନ୍ଧ ଶିଶୁ ମନ୍ଦିର ପରିସର ମଧ୍ୟରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଦର ବିଧାନସଭା ପ୍ରଭାରୀ ରାମଚନ୍ଦ୍ର ସାହୁ, ସଦର ବିଧାନସଭାର ସଂଯୋଜକ ବିବେକା ମହାନ୍ତ, ଜିଲା ବିଜେପି ସାଧାରଣ ସଂପାଦକ ଅନୁବ୍ରତ ବେହେରା, ଜିଲା ଯୁବମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ସଂଖ୍ୟଲଘୁ ଜିଲା ଉପ ସଭାପତି ଜାଏଦ ଆନସାରୀ, କୋଷାଧ୍ୟକ୍ଷ ମୋଜାହିଦ ଆଲାମ, ମଣ୍ଡଳ ସଭାପତି ମହେନ୍ଦ୍ର ପଟ୍ଟନାୟକ, ସାଧାରଣ ସଂପାଦକ ଶାନ୍ତନୁ ସେଠୀ ଓ ଉମାକାନ୍ତ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ।
କାର୍ଯ୍ୟକାରିଣୀ ବୈଠକରେ ଯୋଗଦାନ କରିଥିବା ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘ମୋ ବୁଥ ସବୁଠୁ ମଜଭୁତ’ କରିବାର ମନ୍ତ୍ର ପ୍ରଦାନ କରିଥିଲେ। ତା ସହିତ ବର୍ତ୍ତମାନ କର୍ମୀ ମାନଙ୍କ ମଧ୍ୟରେ ଏକତା ବଢାଇବା ସହିତ ପ୍ରତି ବୁଥକୁ ଯାଇ ଭୋଟର ମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନା ବାର୍ତ୍ତା ବାଣ୍ଟିବା ଦିଗରେ ବିଶେଷ ଧ୍ୟାନ ଦେଇ ପ୍ରତି କର୍ମ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ମୋର୍ଚ୍ଚାର ସଭାପତି,ମଣ୍ଡଳ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଶେଷରେ ସଂଖ୍ୟାଲଘୁ ମୋର୍ଚ୍ଚାର ମଜହର ହୁସେନ ଧନ୍ୟବାର୍ଦ ଜଣାଇ କାର୍ଯ୍ୟକାରିଣୀ ବୈଠକକୁ ଶେଷ କରିଥିଲେ।
Comments are closed.