କଖଡିରେ ଭାଗବତ ଜନ୍ମୋତ୍ସବ, ଶାସ୍ତ୍ରୀୟ ବିଧି ମୁତାବକ ଭାଗବତ ଗୋସାଇଁଙ୍କ ପୂଜାର୍ଚ୍ଚନା

ଗୁରୁଡିଝାଟିଆ: ଆମ ସଂସ୍କୃତି ଓ ପରମ୍ପରାରେ ଭାଗବତ ଜନ୍ମୋତ୍ସବର ମହନୀୟ ଭୂମିକା ରହିଛି। ଆମ ଗୌରବଜ୍ୱଳ ଅସ୍ମୀତାର ଗାଥାକୁ ବହନ କରିଥାଏ ଭାଗବତ ଗୋସାଇଁ। କଖଡି ଭାଗବତସାହିସ୍ଥିତ ଭାଗବତ ଗୋସାଇଁଙ୍କ ପୀଠସ୍ଥଳୀରେ ଶାସ୍ତ୍ରୀୟ ବିଧି ମୁତାବକ ଭାଗବତ ଗୋସାଇଁଙ୍କ ପୂଜାର୍ଚ୍ଚନା ତଥା ଜନ୍ମୋତ୍ସବ ପାଳିତ ହୋଇଛି। କଖଡି ତୈଳିକ ବୈଶ୍ୟ ସମାଜର ଭାଗବତ ଗୋସାଇଁ ପୀଠର ମୁଖ୍ୟ ଅନ୍ତର୍ଯ୍ୟାମୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗୋସାଇଁଙ୍କ ଜନ୍ମୋତ୍ସବ ପାଳନ କରାଯାଇଛି। ଏହି ଉପଲକ୍ଷେ ଭାଗବତ ଗୋସାଇଁଙ୍କ ପୂଜାର୍ଚ୍ଚନା ପରେ ଭାଗବତ ପଠନ ଓ ଦରିଦ୍ର ନାରାୟଣ ସେବା କରାଯାଇଥିଲା। ଗାଁର ବିଶିଷ୍ଟ ବ୍ୟକ୍ତି,ମୁରବୀ,ଯୁବକ ଓ ମାଭଉଣୀମାନେ ଭାଗବତ ଗୋସାଇଁଙ୍କ ପୀଠରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ଆଠଗଡ ନଅସାହି ତୈିଳିକ ବୈଶ୍ୟ ସମାଜର ସଂପାଦକ ଆଇନଜୀବି ଅଶୋକ କୁମାର ସାହୁ,ବସନ୍ତ କୁମାର ସାହୁ, ପ୍ରମୋଦ ସାହୁ, ସନ୍ତୋଷ ସାହୁ, ନରେନ୍ଦ୍ର ସାହୁ, ଯୁବରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

prayash

ମଞ୍ଚେଶ୍ୱର ଗ୍ରାମରେ ଆଜି ଭାଗବତ ଗୋସାଇଁଙ୍କ ଜନ୍ମୋତ୍ସବ ପାଳନ କରାଯାଇଛି। ଗାଁର ମଣ୍ଡପ ଠାରେ ଧବଳେଶ୍ୱର ପୂଜକ ସମିତିର ସଭାପତି ତଥା ମଞ୍ଚେଶ୍ୱର ଗ୍ରାମ୍ୟ କମିଟିର ମୁରବୀ ବିଷ୍ଣୁ ଚରଣ ପତ୍ରୀ, ପୂଜକ ସମିତି ସଂପାଦକ ନରେନ୍ଦ୍ର ପଣ୍ଡା ଓ ସୁଶାନ୍ତ କୁମାର ପତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାଗବତ ପଠନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଭାଗବତ ପଠନର ଉପକାରିତା ଆମ ସମାଜ ସଂସ୍କୃତି ରେ ଏହାର ମହନୀୟ ଭୂମିକା ସର୍ବୋପରି ଏକ ସମୃଦ୍ଧ ସମାଜ ଗଠନରେ ଭାଗବତ ପଠନ କିଭଳି ପିଢିପରେ ପିଢିଙ୍କୁ ସୁମାର୍ଗ ଦେଖାଇଛି ସେ ସଂପର୍କରେ ସଭାପତି ଶ୍ରୀ ପତ୍ରି କହିଥିଲେ। ସୁଧାଂଶୁ କୁମାର ପଣ୍ଡା, ସୁଶାନ୍ତ କୁମାର ପତ୍ରୀ, ବ୍ରହ୍ମାନନ୍ଦ ପଣ୍ଡା, ବ୍ରହ୍ମାନନ୍ଦ ପତ୍ରୀ, କୁଳମଣି ପତ୍ରୀ, କିଶୋର ଚନ୍ଦ୍ର ପତ୍ରୀ, ଲକ୍ଷ୍ମୀଧର ପଣ୍ଡା, ଦିନବନ୍ଧୁ ପତ୍ରୀ, ଟିକମ ପତ୍ରୀ, ବ୍ରଜବନ୍ଧୁ ପଣ୍ଡା, ସଂଜୟ ପତ୍ରୀ ଓ ହରିହର ପତ୍ରୀ ପ୍ରମୁଖ ଉପସ୍ଥିତ ରହି ଭାଗବତ ଗୋସାଇଁଙ୍କ ଜନ୍ମୋତ୍ସବ ପାଳନ କରିଥିଲେ।

kalyan agarbati

Comments are closed.