ବିଜେପି ଫୋକସରେ ଓଡ଼ିଶା; ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛି ରଣନୀତି
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଓଡ଼ିଶା ଗସ୍ତରେ ଏକାବେଳେ ୭ଜଣ କେନ୍ଦ୍ରମନ୍ତ୍ରୀ ଆସିଥିବା ବେଳେ, ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ବିଶ୍ବେଶ୍ବର ଟୁଡୁ, ଭୂପିନ୍ଦର ଯାଦବ, ଅଶ୍ବିନୀ ଚୌବେ ଓ ନିଶଥ ପରମାଣିକ ଓଡ଼ିଶା ଗସ୍ତରେ ରହିଛନ୍ତି । ଆଜି କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ନିଶଥ ପରମାଣିକ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପୁରୀ ଗସ୍ତରେ ଯିବେ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ ।
ରାଜଧାନୀରେ ତ୍ରିରଙ୍ଗାକୁ ଅପମାନ: ଦେଖନ୍ତୁ ଭିଡିଓ
ସେପଟେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କଟକ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି । ଖାଲିସେତିକି ନୁହେଁ ଯାଜପୁରରେ ଅର୍ଜୁନ ମୁଣ୍ଡା ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଉଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଦଳ ବିଭିନ୍ନ ଯୋଜନା କରୁଥିବା ଦେଖିବାକୁ ମିଳୁଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ ଦଳୀୟ କାର୍ଯ୍ୟାଳୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଥିଲା ।୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାକୁ ଫୋକସରେ ରଖିଥିବା ଅନୁମାନ କରାଯାଉଛି ।
Comments are closed.