www.samajalive.in
Sunday, December 14, 2025
19.1 C
Bhubaneswar

ଗୁଲାମୀର ପ୍ରତୀକ ‘ରାଜପଥ’ ଏବେ ଇତିହାସ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଐତିହାସିକ ମୁହୂର୍ତ୍ତର ସାକ୍ଷୀଥିବା ସବୁ ଦେଶବାସୀଙ୍କୁ ସ୍ବାଗତ ଜଣାଉଛି। ଦେଶକୁ ଆଜି ନୂଆ ପ୍ରେରଣା ଓ ଉର୍ଜ୍ଜା ମିଳିଛି। ଗୁଲାମୀର ପ୍ରତୀକ ‘ରାଜପଥ’ ଏବେ ଇତିହାସ ପାଲଟିଗଲା। ଗୁଲାମୀର ଆଉ ଏକ ଚିହ୍ନରୁ ଆମକୁ ମୁକ୍ତି ମିଳିଛି। ଆମ ବିଚାର ଓ ବ୍ୟବହାର ଗୁଲାମୀରୁ ମୁକ୍ତ ହେଉଛି। ଆଜି ଆଧୁନିକ ଓ ସଶକ୍ତ ଭାରତର ପ୍ରାଣ ପ୍ରତିଷ୍ଠା ହୋଇଛି। ‘ରାଜପଥ’ ଭାବନା ଦେଶର ଗୁଲାମୀର ପ୍ରତୀକ ଥିଲା। ପଥ ‘ରାଜପଥ’ ହେଲେ ଲୋକମୁଖୀ କିଭଳି ହେବ? କର୍ତ୍ତବ୍ୟପଥ ଦେଶର ସର୍ବକାଳୀନ ଆଦର୍ଶର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ସେଣ୍ଟ୍ରାଲ ଭିସ୍ତା ଅଧୀନରେ ନୂଆ କରି ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍‌ ଯାଏ ଲମ୍ବିଥିବା କର୍ତ୍ତବ୍ୟ ପଥକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ପୂର୍ବରୁ ରାଜପଥ ନାମରେ ଏହି ମାର୍ଗ ଜଣାଶୁଣା ଥିବା ବେଳେ ଆଜି ଠାରୁ ଏହାର ନାମ କର୍ତ୍ତବ୍ୟ ପଥ ହୋଇ ଯାଇଛି। ଶହେ ବର୍ଷର ଇତିହାସରେ ତୃତୀୟ ଥର ପାଇଁ ‘ରାଜପଥ’ର ନାମ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହି ରାସ୍ତାକୁ ‘କିଙ୍ଗ୍ସ ୱେ’ ବୋଲି କୁହାଯାଉଥିଲା। ଦେଶ ସ୍ୱାଧୀନ ହେବା ପରେ ୧୯୫୫ରେ ଏହାର ନାମ ବଦଳାଯାଇ ‘ରାଜପଥ’ ରଖାଯାଇଥିଲା। ଆଉ ଏବେ ଏହାର ନାମ ‘କର୍ତ୍ତବ୍ୟପଥ’କୁ ପରିବର୍ତ୍ତନ କରାଯାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଦିନ ମଧ୍ୟ ସୂଚନା ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ପାଇଁ କହିଥିଲେ। ଆଉ ତାଙ୍କ ପରିକଳ୍ପନାର ଏକ ଅଂଶ ଏବେ ଦିଲ୍ଲୀ ଇଣ୍ଡିଆ ଗେଟ୍ ପାଖରେ ସ୍ଥାନିତ ହୋଇଛି। ପୂର୍ବରୁ ଏହି ସ୍ଥାନ ‘ରାଜପଥ’ ଭାବରେ ପରିଚିତ ଥିଲା। ଏବେ କିନ୍ତୁ କର୍ତବ୍ୟପଥ ବୋଲି ନାମକରଣ କରିଛନ୍ତି କେନ୍ଦ୍ର ସରକାର। ୧୦୧ ଏକରରେ ତିଆରି ହୋଇଛି ଲନ୍। ୧୬.୫ କିଲୋମିଟର ପାଦଚଲା ରାସ୍ତା। ଏକା ସାଙ୍ଗରେ ୧୧୦୦ରୁ ଅଧିକ କାର, ୩୫ ବସ୍ ପାଇଁ ପାର୍କିଂ। ଆଉ ଏକା ସାଙ୍ଗରେ ୪୦୦ରୁ ଅଧିକ ବେଞ୍ଚ ରହିଛି। ଯେଉଁଠି ଲୋକ ଏକାଠି ବସି ମଜା ନେଇପାରିବେ। ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ୧୫୦ ଡଷ୍ଟବିନର ବ୍ୟବସ୍ଥା ହୋଇଛି। ସେହିପରି ଦେଶର ବିଭିନ୍ନ ରାଜ୍ୟର ଥିବା ଖାଦ୍ୟ ଏଠାରେ ବିଭିନ୍ନ ଷ୍ଟଲରେ ଉପଲବ୍ଧ ହେବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories