ନବରଙ୍ଗପୁର ଓ କେନ୍ଦୁଝର ଜିଲାରେ ‘ଅହିଂସା ରଥ’ ପରିକ୍ରମା, ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା
ତ୍ରିରଙ୍ଗା ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ମୁଖରିତ
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ନବରଙ୍ଗପୁର ଓ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ ୨ ଅକେଫାବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ କରୁଛି।
ଆଜି ଦ୍ୱିତୀୟ ଦିନ ନବରଙ୍ଗପୁର ଜିଲ୍ଲା ପରିକ୍ରମାରେ ଜିଲ୍ଲାର ଦଶଟି ବ୍ଲକ୍ ଓ ଦୁଇଟି ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି। ବିଭିନ୍ନ ବ୍ଲକ୍ ଓ ପୌର ପରିଷଦର ଅଧିକାରୀ, ଲୋକପ୍ରତନିଧି, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଜନସାଧାରଣ ଆନନ୍ଦ ଉଲ୍ଲାସର ସହିତ ଅହିଂସା ରଥକୁ ସ୍ୱାଗତ କରିଛନ୍ତି। ନବରଙ୍ଗପୁର ସହରରେ ଏକ ବିରାଟ ଶୋଭଯାତ୍ରା ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପ୍ରତିମୂର୍ତ୍ତିରୁ ବାହାରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ପାର୍କ ପର୍ଯ୍ୟନ୍ତ ପ୍ରାୟ ଚାରି କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ହଜାର ହଜାର ଜନସାଧାରଣ ନାଚଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକଶହ ଫୁଟର ତ୍ରିରଂଗା ଧରି ସହର ପରିକ୍ରମା କରିଥିଲେ। ଏଥିରେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧନୀ, ପୌରପାଳିକା ଅଧକ୍ଷ ନବରଙ୍ଗପୁର କୁନୁ ନାୟକ, ଜିଲାପାଳ ଡକଫର କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ ଭାସ୍କର ରାଇତ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ପୌରପାଳିକାର କର୍ମଚାରୀ, ସରକାରୀ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
ଆଜି କେଉଁଝର ଜିଲାର ପାଟଣା ବ୍ଲକ୍ର ମଲ୍ଲୀପଶି ଛକଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମଲ୍ଲୀପଶିର ଜନତା ହାଇସ୍କୁଲ ଏବଂ ପାଟଣାର ଜି.ଏନ୍. ହାଇସ୍କୁଲଠାରେ ସଭା ଅନୁଷ୍ଠିତ ହୋଇଥିଲା । ଏହିସବୁ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ପାଟଣା ବିଧାୟକ ଜଗନ୍ନାଥ ନାଏକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁକାନ୍ତି ନାୟକ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବୀଣାପାଣି ନାଏକ, ସ୍ୱାଧୀନତା ସଂଗ୍ରାମୀ କାହ୍ନୁଚରଣ ଦାଶଙ୍କ ଧର୍ମପତ୍ନୀ ପାର୍ବତୀ ଦାଶ ଓ ପୁତ୍ର ବୀରକିଶୋର ଦାଶ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦର ସଦସ୍ୟସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
ସାହାରପଡ଼ା ବ୍ଲକ୍ର କପୁଣ୍ଡି ଛକଠାରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ରଥ ପରିକ୍ରମା କରିବା ଅବସରରେ ଖଜୁରୀଡିହା ହାଇସ୍କୁଲ, ସିଲିପଦା ମଣ୍ଡପ, ଉଦୟପୁର ହାଇସ୍କୁଲ, ସାହାରପଡ଼ା ହାଇସ୍କୁଲଠାରେ ସଭା ଅନୁଷ୍ଠିତ ହୋଇଥିଲା। ଏହିସବୁ ସ୍ଥାନରେ ସ୍ଥାନୀୟ କଳାକାର, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ଏହିସବୁ ସ୍ଥାନରେ ଅନୁଷ୍ଠିତ ସଭାରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସାହାରପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ନାଏକ, ବିଡ଼ିଓ ବିଜୟ କୁମାର ନାୟକ, ତହସିଲଦାର ବାବାଜୀ ଚରଣ ସିଂହ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗଦେଇଥିଲେ।
ସେହିପରି ଘସିପୁରା ବ୍ଲକ୍ଠାରେ ଅହିଂସା ରଥ ପହଞ୍ଚିବା ପରେ ଘସିପୁରା ପଞ୍ଚାୟତ ସମିତିି ଅଧ୍ୟକ୍ଷା ସୁଜାତା ସାହୁ, ବିଡ଼ିଓ ଅସିତ କୁମାର ମହାନ୍ତି, ତହସିଲଦାର ବାବୁଲ ପେରେଇ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଞ୍ଚାନନ ବେହେରା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅହିଂସା ରଥ ବ୍ଲକ୍ର ବିଭିନ୍ନ ସ୍ଥାନରେ ପରିକ୍ରମା କରିବା ସମୟରେ ବରିପାଳ ଗ୍ରାମପଞ୍ଚାୟତ, କେଶଜୁରାପାଳ ଏବଂ ଦେଓଗାଁଠାରେ ସଭା ଅନୁଷ୍ଠିତ ହୋଇଥିଲା। ଏହିସବୁ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ଜରିଆରେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନକାହାଣୀ ଆଧାରିତ ବୃତ୍ତଚିତ୍ର ଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।
ହାଟଡିହି ବ୍ଲକ୍ କାର୍ଯ୍ୟାଳୟଠାରେ ଅହିଂସା ରଥ ପହଞ୍ଚିବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ବିନିତା ବିଜୟିନୀ, ତହସିଲଦାର ଦିଲ୍ଲୀପ କୁମାର ସାହୁ, ସିଡ଼ିପିଓ ସରସ୍ୱତୀ ସେଠୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ଛାତ୍ରଛାତ୍ରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ରଥକୁ ସ୍ୱାଗତ କରିଥିଲେ। ରଥ ବ୍ଲକ୍ ଅଞ୍ଚଳ ପରିକ୍ରମା କରିବା ସମୟରେ ଓରାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଶାସଙ୍ଗ ହାଇସ୍କୁଲ, ବଞ୍ଚୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସଭା ଅନୁଷ୍ଠିତ ହୋଇଥିଲା। ଏହିସବୁ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
ଆନନ୍ଦପୁର ବ୍ଲକ୍ଠାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ବାରିକ, ବିଡ଼ିଓ ପଞ୍ଚାନନ ନାୟକ, ଏବିଡ଼ିଓ ବିନିତ୍ର ଚନ୍ଦ୍ର, ଆନନ୍ଦପୁର ପୌରପାଳିକା ଅଧ୍ୟକ୍ଷା ରଜନୀରାଣୀ ଖଟୁଆ, ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ, ନିର୍ବାହୀ ଅଧିକାରୀ ଲଳିତ ନାଏକ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପଞ୍ଚାୟତିରାଜ ପ୍ରତିନିଧିବୃନ୍ଦ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରଥ ବ୍ଲକ ଅଞ୍ଚଳ ପରିକ୍ରମା ସମୟରେ ତରତରା ଗ୍ରାମପଞ୍ଚାୟତ, ଶାଳବଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର ବ୍ଲକ୍ କାର୍ଯ୍ୟାଳୟଠାରେ ସଭା ଅନୁଷ୍ଠିତ ହୋଇଥିଲା। ଏହିସବୁ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
Comments are closed.