www.samajalive.in
Tuesday, December 9, 2025
19.1 C
Bhubaneswar

ପ୍ରତିଭା ଓ ଦକ୍ଷତା ବୃଦ୍ଧି ପାଇଁ ପୁସ୍ତକ ପଠନ ଅପରିହାର୍ଯ୍ୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଏଣ୍ଟରପ୍ରିନରସିପ୍‌ ଆଣ୍ଡ କ୍ୟରିୟର ହବ(ୟୁଇସିଏଚ) ପକ୍ଷରୁ ରୋଜଗାର ଓ କୌଶଳ ବିକାଶ ଶିବିର କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନିଜର ପ୍ରତିଭା ଓ ଦକ୍ଷତା ବୃଦ୍ଧି ପାଇଁ ପୁସ୍ତକ ପଠନ ଅପରିହାର୍ଯ୍ୟ। ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ ଅଧ୍ୟୟନ ସହିତ ରୋଜଗାର ଓ କୌଶଳ ବିଦ୍ୟା ଗ୍ରହଣ ପାଇଁ ପ୍ରତିଜ୍ଞା କରି ଆଗକୁ ବଢିବା ଦରକାର।
ରାଜ୍ୟର ଯୁବପିଢିଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେମାନଙ୍କ ଦକ୍ଷତା ବିକଶିତ କରିବା ଦରକାର। ସେହିପରି ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରାଯିବା ଦରକାର। ଫଳରେ ଯୁବପିଢ଼ି ଶିକ୍ଷାଗ୍ରହଣ ପରେ ସେମାନଙ୍କ ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗ ପାଇପାରିବେ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ।
ବାଙ୍କୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭୂପତି ପ୍ରସାଦ ହୋତା ଦକ୍ଷତା ବୃଦ୍ଧି ଓ ବୃତ୍ତିଗତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁଇସିଏଚର ନିର୍ଦେଶକ ପ୍ରଫେସର ଆବିଦ ଅଲ୍ଲୀ ଖାନ, ରୁସା ୨.୦ ର ପ୍ରୋଗ୍ରାମ ମ୍ୟାନେଜର ସ୍ବାତୀ ପ୍ରିୟଦର୍ଶନୀ ଆଚାର୍ଯ୍ୟ, ବାଙ୍କୀ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଏମ.କେ ମହାରଣା, ଅଧ୍ୟାପକ ମୁକ୍ତିପଦ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories