ଡେର୍ବା ଅଞ୍ଚଳରୁ ଚୋରୀ ହୋଇଥିବା ବଳଦ ବଣାଇରୁ ଉଦ୍ଧାର, ୪ ଗିରଫ
ରେଙ୍ଗାଲି: ଠେଲକୋଲୋଇ ଥାନା ଅନ୍ତର୍ଗତ ଡେର୍ବା ହାଡୁମୁଣ୍ଡା ଗାଁରୁ ଅଗଷ୍ଟ ୨୯ ତାରିଖରେ ଚୋରୀ ହୋଇଥିବା ୪ଟି ବଳଦ ସୁନ୍ଦରଗଡ ଜିଲାର ବଣାଇ ଥାନା ଅନ୍ତର୍ଗତ ଗୁମଲେ ଗାଁରୁ ଉଦ୍ଧାର ହୋଇଛି। ଚୋରୀ ରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଥିବା ପୁଳିସ ସୂଚନା ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଅଗଷ୍ଟ ୨୯ରେ ଡେର୍ବା ହାଡୁମୁଣ୍ଡା ଗ୍ରାମର ଭାଗିରଥି ରୋହିଦାସ, ଅଶୋକ ରୋହିଦାସ, ତ୍ରିନାଥ ରୋହିଦାସ ପ୍ରମୁଖଙ୍କ ୪ପଟ ବଳଦ ଚୋରୀ ହୋଇଥିବା ସଂକ୍ରାନ୍ତରେ ଗତ ୨ତାରିଖ ଦିନ ଠେଲକୋଲୋଇ ଥାନାରେ ରିପୋର୍ଟ ହୋଇଥିଲା। ଏ ସଂକ୍ରାନ୍ତରେ କେସ୍ ନଂ ୨୧୫/୨୨ରେ ମାମଲା ରୁଜ୍ଜୁ ହୋଇଥିଲା। ଏହାର ତଦନ୍ତ କରି ସୁନ୍ଦରଗଡ ଜିଲାର ବଣାଇ ଥାନା ଅନ୍ତର୍ଗତ ଗୁମଲେ ଗାଁରୁ ଚୋରୀ ବଳଦ ପୁଳିସ ଉଦ୍ଧାର କରିଥିଲା। ଚୋରୀରେ ସଂପୃକ୍ତ ଥିବା ଝାରସୁଗୁଡ଼ା ଜିଲାର ବଡମାଲ ଥାନା ଅନ୍ତର୍ଗତ ସୁନାମାଲ ଗ୍ରାମର ସୁଶାନ୍ତ ରୋହିଦାସ, ପ୍ରଭାତ ରୋହିଦାସ, ପ୍ରମୋଦ ରୋହିଦାସ ଏବଂ ଲଲିନ୍ ରୋହିଦାସ ମୋଟ ୪ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ପୁଲିସ ଆଜି କୋର୍ଟ ଚାଲାଣ କରାଯାଇଛି। ଏଏସଆଇ ଦ୍ରୋଣାଚାର୍ଯ୍ୟ ସାହୁ ଏହି ଘଟଣାର ତଦନ୍ତ କରୁଥିଲେ।
Comments are closed.