ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଗଣଦୌଡ଼

ଆଇସିସି ମହିଳା ଉଦ୍ୟୋଗୀ ସଂଗଠନ ଓଡ଼ିଶା ଶାଖା ଦ୍ୱାରା ସମ୍ମାନିତ ହେଲେ ୫୦ଜଣ ମହିଳା ପୋଲିସ ଅଧିକାରୀ

ଭୁବନେଶ୍ୱର : ଭାରତୀୟ ଜାତୀୟ ମହିଳା ଉଦ୍ୟୋଗୀ ସଂଗଠନ ଓଡ଼ିଶା ଶାଖା, କ୍ଷୁଦ୍ର, ସୁକ୍ଷ୍ମ ଓ ମଧ୍ୟମ ଶିଳ୍ପ ବିଭାଗ ଏବଂ ୱାରିୟର କ୍ରେଡ୍‍ ଡିଫେନ୍ସ କ୍ୟାରିୟର ଏକାଡେମୀର ମିଳିତ ଆନୁକୁଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ(ପୂର୍ବତନ ରାଜ୍ୟସଭା ସାସଂଦ), ସିଦ୍ଧାନ୍ତ ମହାପାତ୍ର(ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ),  ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ(ପୁଲିସ କମିଶନର, ଭୁବନେଶ୍ୱର-କଟକ),  ପି.କେ.ଗୁପ୍ତା(ଯୁଗ୍ମ ଅଧ୍ୟକ୍ଷ, ଏମ୍‍ଏସଏମଇ-ଡିଏଫ୍‍ଓ, କଟକ),  ସୁକିର୍ତ୍ତୀ ପଟ୍ଟନାୟକ(ଆବାହକ, ଆଇସିସି ମହିଳା ଉଦ୍ୟୋଗୀ ସଂଗଠନ, ଓଡ଼ିଶା), ସୁଶ୍ରୀ ତନୟା ପଟ୍ଟନାୟକ(ସହ ଆବାହକ, ଆଇସିସି ମହିଳା ଉଦ୍ୟୋଗୀ ସଂଗଠନ, ଓଡ଼ିଶା) ଓ କ୍ୟାପ୍‍ଟେନ ଚିନ୍ମୟ ନାୟକ(ଆର୍ମି ଭେଟେରାନ) ପ୍ରମୁଖ ଯୋଗଦେଇଥିଲେ ।

ଉତ୍ସବର ଅତିଥିବୃନ୍ଦ ଆୟୋଜକଙ୍କ ଅଭିନବ ପ୍ରୟାସ ନିମନ୍ତେ ସାଧୁବାଦ ଜଣାଇଥିଲେ । ଉତ୍ସବର ପ୍ରାରମ୍ଭରେ ଅତିଥିମାନେ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ ।

prayash

ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ତନୟା ପଟ୍ଟନାୟକ ନୂତନ ଓଡ଼ିଆ ଉଦ୍ୟୋଗ ୱାରିୟର କ୍ରେଡ୍‍ ଡିଫେନ୍ସ କ୍ୟାରିୟର ଏକାଡେମୀକୁ ଭବିଷ୍ୟତ ସେନାଧିକାରୀ ସୃଷ୍ଟି କ୍ଷେତ୍ରରେ ପ୍ରଚେଷ୍ଟା ନିମନ୍ତେ ସାଧୁବାଦ ଜଣାଇଥିଲେ । ମହିଳା ପୋଲିସ ଅଧିକାରୀମାନଙ୍କର ଉନ୍ନତି ତଥା ଏହି ଆୟୋଜନ ପ୍ରତି ସହଯୋଗ ନିମନ୍ତେ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସୁଶ୍ରୀ ତନୟା ପଟ୍ଟନାୟକ ଦ୍ୱୈତ ନଗରୀର ସୁରକ୍ଷା ଦିଗରେ ପୋଲିସ ବିଭାଗର ଉଚ୍ଚସ୍ତରୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ ବିଭାଗର ନୂତନ ଯୋଜନା ଉପରେ ଆଲୋକପାତ କରିିବା ସହ ଆଇଡବ୍ଲ୍ୟୁଇସି ଓ ୱାରିୟର କ୍ରେଡ୍‍ ଡିଫେନ୍ସ କ୍ୟାରିୟର ଏକାଡେମୀକୁ ଧନ୍ୟବାଦ ଜଣାଇଥିବାବେଳେ ପଦ୍ମଶ୍ରୀ  ଦିଲ୍ଲୀପ ତିର୍କୀ ମାରାଥନ ପ୍ରତିଯୋଗୀ ମାନଙ୍କ ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଲେ ।  ସିଦ୍ଧାନ୍ତ ମହାପାତ୍ର ସ୍ୱାଧୀନତାର ଅମୃତ ମହୋତ୍ସବ ଉପରେ ଆଲୋକପାତ କରିବାବେଳେ ପି.କେ.ଗୁପ୍ତା ଉଦ୍ୟୋଗ ଶିଳ୍ପ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ଉଦ୍ୟୋଗୀମାନଙ୍କୁ ସରକାରଙ୍କ ଯୋଜନାର ଲାଭ ଉଠାଇବା ନିମନ୍ତେ ନିଜର ଶିଳ୍ପର ବିକାଶ ପାଇଁ ଶୁଭକାମନା ଜଣାଇଥିଲେ ।

କାର୍ଯ୍ୟକ୍ରମର ପରିଶେଷରେ ଆଇଟିସି ଓ ମହିଳା ଉଦ୍ୟୋଗୀ ପକ୍ଷରୁ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ‘ଭିଜନାରୀ ଲିଡରସିପ୍‍’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଓ ୫୦ଜଣ ମହିଳା ପୁଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଆୟୋଜନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୱାରିୟର କ୍ରେଡ୍‍ ଡିଫେନ୍ସ କ୍ୟାରିୟର ଏକାଡେମୀକୁ ଅତିଥିମାନେ ସାଧୁବାଦ ଜଣାଇଥିଲେ ।

kalyan agarbati

Comments are closed.