ବିଶ୍ୱନାଥ ବିଦ୍ୟାପୀଠରେ ପୋଷାକ ବିତରଣ-ପାଠପଢ଼ା ସହିତ ଭଲ ମଣିଷ ହେବାକୁ ଆହ୍ବାନ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଛାତ୍ରମାନଙ୍କୁ ପୋଷାକ ବିତରଣ କରାଯାଇଛି। ପ୍ରଧାନ ଶିକ୍ଷକ ଅମର ମହାରଣାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟଅତିଥି, କମିଟି ସଦସ୍ୟା ରେବତୀ ସାହୁ ଓ ମାଳତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ଗ୍ରହଣ ତଥା ପାଠପଢ଼ା ସହିତ ଜଣେ ଭଲ ମଣିଷ ହେବା ପାଇଁ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ପୁସ୍ତକ, ପୋଷାକ, ଜୋତାମୋଜା ଏବଂ ମଧ୍ୟାନ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଥିବାବେଳେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୁରୁତ୍ୱ ଦେବା ପାଇଁ ସେମାନେ ମତପୋଷଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୩ଜଣ ଛାତ୍ରଙ୍କୁ ୨ହଳ ଲେଖାଏଁ ସ୍କୁଲ ପୋଷାକ, ୧ହଳ ଜୋତା ଓ ୨ହଳ ମୋଜା ପ୍ରଦାନ କରାଯାଇଥିଲା। ଶିକ୍ଷକ କାଶିନାଥ ସାହୁଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବାବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.