www.samajalive.in
Monday, December 15, 2025
24.1 C
Bhubaneswar

ସଞ୍ଚାର-୩ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ସୂଜନ ମଲ୍ଲିକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦାମୋଦର ହିମିରିକା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗଦେଇ ତାଲିମ ଶିବିର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଲୁମୁଣ୍ଡା ସିଆରସିସି ରମେଶ ମିଶ୍ର ସଞ୍ଚାର-୩କୁ ନେଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଏହି ଶିବିରରେ ନିଲାମଗୁଡା, ପେଣେକାମ, ପାରିଖିତି, ଗୁଲୁଣ୍ଠି, ଗୋଗୁପାଡୁ, ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତ ଅଧିନରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୫୦ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଏହି ଅବସରରେ ଅଂଶଗ୍ରହଣ କରିଥିଲେ। ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସରକାରଙ୍କ ପ୍ରଦତ୍ତ ଯୋଜନାଗୁଡିକ ସହାୟତା ରାଶି ଯୋଗାଇଦେବା ନେଇ ଲକ୍ଷ୍ମୀ ପ୍ରାଣିଗ୍ରାହୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଆରପି ଲକ୍ଷ୍ମୀ ପ୍ରାଣିଗ୍ରାହୀ ପରିଚାଳନା କରିଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories