www.samajalive.in
Monday, December 15, 2025
24.1 C
Bhubaneswar

ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନିରଞ୍ଜନ ଭୁୟାଁଙ୍କର ପରଲୋକ

ଭୁବନେଶ୍ୱର/ପୁରୀ- ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନିରଞ୍ଜନ ଭୁୟାଁଙ୍କର ନିଧନ । ୯୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଇସ୍ପାତ ଓ ଖଣି ବିଭାଗର ପ୍ରାକ୍ତନ ଅର୍ଥ ପରାମର୍ଶଦାତା ଏବଂ ଡେପୁଟୀ ସେକ୍ରେଟାରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଜ୍ୟେଷ୍ଠପୁତ୍ର ତଥା ଓଡିଶା ସରକାରଙ୍କର ପୂର୍ବତନ ପେନସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦେଶକ ସୁଧାଂଶୁ ଶେଖର ଭୂୟାଁ ମୁଖାଗ୍ନି ଦେଇଥିଲେ ।

ନିରଞ୍ଜନଙ୍କ ଜାମତା ରାଜସ୍ବ ବିଭାଗର ଅବସରପ୍ରାପ୍ତ ସ୍ବତନ୍ତ ଶାସନ ସଚିବ ଶ୍ରୀଚରଣ ସାମଲ , ଜାମାତା ଏନଟିପିସିର ବରିଷ୍ଠ ଅଧିକାରୀ ସୁଧାଂଶୁ କୁମାର ପରିଡା, ସ୍ବାସ୍ଥ୍ୟବିଭାଗର ଦିପ୍ତୀ ରଞ୍ଜନ ପଟ୍ଟନାୟକ, ପୁତ୍ର ଟିସିଏସର ଦେବାଶୀଶ ଭୂୟାଁ, ନବଭାରତ ଆଲୟଜର ଇଞ୍ଜିନିୟର ଶୁଭ୍ରାଂଶୁ ଭୂୟାଁ, ବରିଷ୍ଠ ନାଟ୍ୟକାର ଓ ସାହିତ୍ୟିକ ସରୋଜ ମିଶ୍ର, ସମାଜସେବୀ ମହେନ୍ଦ୍ର ନାଥ ପଲାଇ ଓ ଏକାମ୍ର ସାରସ୍ବତ ସଂଘର ଶ୍ରୀଶ୍ରୀ ନିଗମାନନ୍ଦଙ୍କର ଭକ୍ତମାନେ ଦିଂବଗତ ଆତ୍ମାର ସଦଗତି କାମନା କରି ଶେଷ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କ ବିୟୋଗରେ ନୀଳାଚଳ ସାରସ୍ବତ ସଂଘର ସଭାପତି ସନ୍ତୋଷ କୁମାର ମହାନ୍ତି, ପରିଚାଳକ ଶରତ ଚନ୍ଦ୍ର ସିଂହଦେଓ, ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories