ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଟୁକୁନୀ ହେମ୍ବ୍ରମଙ୍କ ପରିଚାଳନାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପିଲାମାନଙ୍କୁ ନୁତନ ପୋଷାକ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ରାଜେଶ ନାୟକ, ପରିଚାଳନା କମିଟି ସଭାପତି ଆଲୋକ ସାହୁ, ଉପସଭାପତି ଅନାମୀ ପ୍ରଧାନ,ସଦସ୍ୟ ନିର୍ମଳା ସାହୁ, ମମତା ସାହୁ, ଜାନୁ ସାହୁ,ପିଙ୍କୀ ପ୍ରଧାନ, ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତ୍ତନ ସଭାପତି ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



