www.samajalive.in
Sunday, December 14, 2025
19.1 C
Bhubaneswar

ବଡସାହିରୁ ଚୋରୀ ଅଟୋ ବେଲକଟିରୁ ଉଦ୍ଧାର, ଚାରି ନାବାଳକକୁ ପୁଲିସ ଜିମାରେ ଛଡିଲା

ଜି.ଉଦୟଗିରି:ସ୍ଥାନୀୟ ସହରର ବଡସାହିରୁ ଦୁଇଦିନ ତଳେ ଚୋରୀ ହୋଇଥିବା ଅଟୋ କୁ ଆଜି ଜି.ଉଦୟଗିରି ପୁଲିସ ଆଡାସିକୁମ୍ପା ନିକଟସ୍ଥ ବେଲକଟିରୁ ଉଦ୍ଧାର କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଗତ ୨୧ ତାରିଖରେ ଫୁଲବାଣୀର ସାମନ୍ତ କୁମାର ବେହେରା ନିଜ ଅଟୋ ଧରି ଜି.ଉଦୟଗିରି ବଡସାହି ସ୍ଥିତ ଭିଣୋଇ ଜିତେନ୍ଦ୍ର ବେହେରାଙ୍କ ଘରକୁ କୌଣସି କାମରେ ଆସି ଜିତେନ୍ଦ୍ରଙ୍କ ଘର ଆଗରେ ଅଟୋ ରଖି ରାତ୍ରୀ ରହଣି କରିଥିଲେ। ହେଲେ ରାତ୍ରୀ ପ୍ରାୟ ୧୨.୪୫ ସମୟରେ ସାମନ୍ତଙ୍କ ଗାଡି ସେଠୁ ଚୋରି ହୋଇଯାଇଥିବା ଜାଣିପାରିଥିଲେ। ଏହାପରେ ସ୍ଥାନୀୟ ଥାନାରେ ଚୋରୀ ହୋଇଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ସାମନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୧୨୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଆଜି ଆଡାସିକୁମ୍ପା ସ୍ଥିତ ବେଲକଟିରୁ ଅଟୋକୁ ଉଦ୍ଧାର କରିଥିଲେ। ଉକ୍ତ ଚୋରୀରେ ସମ୍ପୃକ୍ତ ଥିବା ନେଇ ୪ ଜଣ ନାବାଳକକୁ ଗିରଫ କରାଯାଇଥିଲା। ପୁଲିସ ନିଜ ହେପାଜତରେ ସେହି ଚାରି ଜଣ ନାବାଳକକୁ ପରିବାରଙ୍କୁ ଜିମା ଦେଇଥିବା ଓ ତଦନ୍ତ ଦାୟିତ୍ୱ ଏଏସଆଇ ବୁଲୁ ବେହେରାଙ୍କୁ ଦେଇଥିବା ନେଇ ଥାନା ଅଧିକାରିଣୀ ରେବତି ଶବର ସୂଚନା ଦେଇଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories