www.samajalive.in
Sunday, December 14, 2025
26.1 C
Bhubaneswar

କ.ନୂଆଗାଁରେ ଅହିଂସା ରଥକୁ ସ୍ୱାଗତ

କ ନୂଆଗାଁ: କନ୍ଧମାଳ ଜିଲାରେ ପହଞ୍ଚିଥିଵା ଅହିଂସା ରଥକୁ କ.ନୂଆଗାଁ ବ୍ଳକ ପ୍ରଶାସନ ପକ୍ଷରୁ ସାରଙ୍ଗଡ ଥାନା ପାଖରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ପ୍ରଶାସନ ଅଧିକାରୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ରଥକୁ ପୂଜା ଅର୍ଚ୍ଚନା କରି ସ୍ବାଗତ କରିଥିଲେ। ରଥରେ ଆସିଥିବା ସଂଯୋଜକ ତପେଶ୍ବର ଜଗତଙ୍କୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବ୍ଳକ ଅଧ୍ୟକ୍ଷl ସୁଲୋଚନା ଦଳବେହେରା, ବିଡ଼ିଓ ଶରତ କୁମାର ପାତ୍ର, ଜିପିଓ ପ୍ରଦୀପ କୁମାର ମହାନ୍ତି ସ୍ଥାନୀୟ ସରପଞ୍ଚ ବରୁଣ କହଁର, ସମିତି ସଭ୍ୟ ରୀନା ପ୍ରଧାନ, କୃଷ୍ଣ ମୋହନ ପାଣୀଗ୍ରାହୀ, ସହଦେବ ପାତ୍ର ଓ ତହସିଲଦାର ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ। ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ରଥକୁ ସ୍ବାଗତ କରି ସାରଙ୍ଗଡ ଓ କ ନୂଆଗାଁ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ରହିଥିଲା। ଏଲ୍ଇଡି ଭିଡିଓରେ ଗାନ୍ଧୀଜୀଙ୍କ ଓଡ଼ିଆ ଆଗମନ ଏବଂ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଭିଡିଓରେ ପ୍ରଦର୍ଶନ ହୋଇଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories