www.samajalive.in
Monday, December 15, 2025
24.1 C
Bhubaneswar

ମଦ୍ୟପ ସ୍ୱାମୀର ମାଡରେ ସ୍ତ୍ରୀ ଗୁରୁତର

କଲମପୁର : ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ ଅଘଟଣ। ଜନୈକ ମଦ୍ୟପ ସ୍ୱାମୀର ମାଡରେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମ୍ପର୍କିୟ ଭର୍ତି କରିଛନ୍ତି।।
ସୁଚନା ଅନୁସାରେ ଚୁରାଗାଁର ବୈଲୋଚନ ବିଶ୍ୱାଳ ଗତ ୪ ବର୍ଷ ତଳେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୁଣପୁର ଗ୍ରାମର ସୁଭାସିନୀଙ୍କୁ ବିବାହ କରିଥିଲେ। ବର୍ତମାନ ତାଙ୍କର ଏକ ଦେଢ ବର୍ଷର ଶିଶୁ କନ୍ୟା ରହିଛି। ସୋମବାର ବିଳମ୍ବିତ ରାତିରେ ବୈଲୋଚନ ମଦ ପିଇ ଅନ୍ୟ କିଛି ଲୋକଙ୍କ ସହ ଗଣ୍ଡଗୋଳ କରିଥିଲା। କୌଣସି ମତେ ଘରକୁ ଫେରିଥିଲା। ସ୍ତ୍ରୀ ଖାଇବାକୁ ଦେବା ପରେ ଖାଦ୍ୟକୁ ଫିଙ୍ଗି ଦେଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ବୈଲୋଚନ ଏକ ଇଟା ଖଣ୍ଡରେ ସ୍ତ୍ରୀ ସୁଭାସିନୀର ମୁଣ୍ଡ ଉପରେ ପ୍ରହାର କରିଥିଲା। ଏହାପରେ ସୁଭାସିନୀ ର ମୁଣ୍ଡ ଫାଟି ଯିବାରୁ ଚେତା ହରାଇ ପଡିଥିଲା। କିଛି ଲୋକ ତାକୁ ଉଦ୍ଧାର କରି ଆମ୍ବୁଲ।ନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ମୁଣ୍ଡ ଫାଟିବା ଯୋଗୁଁ ଷ୍ଟିଚ ପଡିଥିବା ବେଳେ ବର୍ତମାନ ଚିକିତ୍ସା ଜାରି ରହିଛି। ଏନେଇ କଲମପୁର ପୁଲିସ ଫାଣ୍ଡିକୁ ମଧ୍ୟ ସୁଚନା ଦିଆଯାଇଛି। ମଦ ପିଇବା ପରେ ଅନେକ ସମୟରେ ଘରେ ଗଣ୍ଡଗୋଳ ହେଇଥାଏ ବୋଲି କହିଛନ୍ତି ପୀଡିତା ସୁଭାସିନୀ। ଅନ୍ୟପଟେ ବିବାହ ପର ଠାରୁ ବୈଲୋଚନ ମଦ ପିଉଥିବାରୁ ଘରୋଇ ଅଶାନ୍ତି ଲାଗି ରହୁଥିବା କହିଛନ୍ତି ବୈଲୋଚନଙ୍କ ବାପା। ଏଘଟଣା ସମ୍ବନ୍ଧରେ କୌଣସି ଲିଖିତ ଅଭିଯୋଗ ହେ।ଇନାହିଁ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ସମ୍ବନ୍ଧରେ ସୁଚନା ପାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପୀଡିତାର ଅବସ୍ଥା ଦେଖିଥିବା ସ୍ୱୀକାର କରିଛନ୍ତି କଲମପୁର ପୁଲିସ ଫାଣ୍ଡି ଅଧିକାରୀ ଡୋଳାମଣି ବିଶି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories