www.samajalive.in
Monday, December 15, 2025
24.1 C
Bhubaneswar

ଆଇଜରର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ

ଗୋପାଳପୁର : ବିଜ୍ଞାନ ପୁରୀ ଠାରେ ଆଇଜର ଅସ୍ଥାୟୀ କ୍ୟାମ୍ପସ ପରିସରରେ ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଇଣ୍ଡ ଟ୍ରି ଏବଂ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତ ବାଗଚି, ଅତିଥି ଭାବେ ବୋର୍ଡ ଅଫ୍ ଗଭର୍ଣ୍ଣସର ଅଧ୍ୟକ୍ଷ ସୁଧୀର ଉତ୍ତମଲାଲ ମେହେଟ୍ଟା, ଆଇଜର ନିର୍ଦ୍ଦେଶକ ପ୍ରଫେସର କେ.ଭି. ଚାରି, ଡେପୁଟି ଡାଇରେକ୍ଟର ତଥା ଡିନ୍ ପ୍ରଫେସର ଯୋଗେନ୍ଦ୍ର ଶର୍ମା,  ପ୍ରଫେସର ଏସ୍ ଏନ ମିଶ୍ର ଡିନ (ଏକାଡେମିକ୍ ବ୍ୟାପାର)  ପ୍ରମୁଖ ମଞ୍ଚାସିନ ରହିଥିଲେ। । ଏହି ଅବସରରେ ୬୨ ଜଣ  ବିଏସ୍-ଏମ୍ଏସ୍ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା।
ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ ଓ ଡକ୍ଟର କେ କବିତା ଏବଂ ଡ କେ ରାମାନୁଜା ଚାରି ମେମୋରିଆଲ୍ ସ୍ୱର୍ଣ୍ଣ ପଦକ ରେ ଜୀବ ବିଜ୍ଞାନ ‌‌‌‌‌‌‌‌‌‌‌‌‌‌‌ବିଭାଗ ଛାତ୍ରୀ  ସୁକନ୍ୟା ଚକ୍ରବର୍ତ୍ତୀ, ନିର୍ଦ୍ଦେଶକଙ୍କ ସ୍ୱର୍ଣ୍ଣ ପଦକ ଓ  ଦୁର୍ଗାଦାସ ମହାନ୍ତି ମେମୋରିଆଲ ସ୍ୱର୍ଣ୍ଣ ପଦକ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର  ନବେନ୍ଦୁ ଶେଖର ମିଶ୍ର, ପ୍ରିନ୍ସିପାଲସ ସୁଦର୍ଶନ ମେମୋରିଆଲ୍ ସ୍ୱର୍ଣ୍ଣ ପଦକ ସୋମିଆ ଦଫାଦର, ରିଷଭ ସାଗରଙ୍କୁ କାନ୍ଦାଲା କୃଷ୍ଣନାମା ଚାରି ମେମୋରିଆଲ୍ ସ୍ୱର୍ଣ୍ଣ ପଦକ ପ୍ରଦାନ ଅନ୍ୟ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ମୋମୋରିଆଲ ସିଲଡ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ନିର୍ଦ୍ଦେଶକ ପ୍ରଫେସର ଚାରୀ ସମସ୍ତ ସ୍ନାତକ ମାନଙ୍କୁ ସେମାନଙ୍କର ବିଶ୍ୱାସ ଏବଂ ସମାଜକୁ ମଜବୁତ କରିବା ଏବଂ ଜୀବନରେ ସଫଳତା ଏବଂ ଉତ୍କର୍ଷତା ହାସଲ କରିବା ପାଇଁ ମୂଳ ଗବେଷଣା ପାଇଁ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories