www.samajalive.in
Monday, December 15, 2025
15.1 C
Bhubaneswar

ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ କେରାଟେ : ସ୍ୱର୍ଣ୍ଣପଦକ ହାତେଇଲେ କୁନିଝିଅ ଆରୋସି 

ବୁର୍ଲା :  ମୟୁରଭଞ୍ଜରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବୁର୍ଲା ସହରର କୁନି ଝିଅ ଚମତ୍କାର ପ୍ରଦର୍ଶନ କରିଛନ୍ତି । କନିଷ୍ଠ ବର୍ଗରେ ଅଂଶଗ୍ରହଣ କରି ଦୁଇଟି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଏହି କୁନି ବାଳିକା ଜଣକ ହେଉଛନ୍ତି ବୁର୍ଲା ୱାନଆର କଲୋନୀର ସୁରେନ୍ଦ୍ର ବେହେରାଙ୍କ ୬ ବର୍ଷିଅ ଝିଅ ଆରୋସି ବେହେରା । ଆରୋସି ବୁର୍ଲା ଅରବିନ୍ଦ ପୁର୍ଣ୍ଣାଙ୍ଗ ବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମତେ ମୟୁରଭଞ୍ଜର କରଞ୍ଜିଆରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ସୋଟୋକାନ୍ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାରୁ କନିଷ୍ଠ ବର୍ଗରେ ବୁର୍ଲାର ଆରୋସି ଅଂଶଗ୍ରହଣ କରିଥିଲେ। ତେବେ ଆରୋସି ଏହି ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ହାତେଇଥିବା ଜଣାପଡିଛି । କେରାଟେ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାତେଇଥିବା ବେଳେ ଫାଇଟରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିବା ଜଣାପଡିଛି  କୁନି ଝିଅ ଆରୋସିଙ୍କ ଏଭଳି ଚମତ୍କାର ପ୍ରଦର୍ଶନ ତଥା ଏଭଳି ବିଜୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କରାଟେ ମାଷ୍ଟର୍ ଦିଲ୍ଲିପ କୁମାର ନାୟକଙ୍କ ଠାରୁ ସ୍ୱର୍ଣ୍ଣ ପଦକ ବିଜେତା ଆରୋସି କରାଟେ ତାଲିମ ନେଉଥିବା ଜଣାପଡିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories