www.samajalive.in
Sunday, December 14, 2025
14.1 C
Bhubaneswar

ବୁର୍ଲା ଭୀମସାରର କେନ୍ଦ୍ରୀୟ ଆଇସିୟୁ ୬ତାଲା ବିଶିଷ୍ଟ ମେଡିସିନ ବିଭାଗ ପ୍ରଥମ ମହଲାକୁ ସ୍ଥାନାନ୍ତରିତ

ବୁର୍ଲା: ଭୀମସାର ସମଗ୍ର ପଶ୍ଚିମ ଓଡ଼ିଶା ସମେତ ଆଖପାଖ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଝାରଖଣ୍ଡ ସୀମାନ୍ତବର୍ତ୍ତୀ ପ୍ରାୟ ୧୦ରୁ ଊର୍ଦ୍ଧ୍ଵ ଜିଲ୍ଲାର ରୋଗୀଙ୍କ ସାହାଭରସାର ସ୍ୱାସ୍ଥ୍ୟକେନ୍ଦ୍ର । ମାତ୍ର ଭୀମସାର ଏକ ପ୍ରକାର ଯୁଗପଯୋଗୀ ବା ଅପଗ୍ରେଡ ବା ଉନ୍ନତମାନର ମେଡିକାଲ ହୋଇପାରିନାହିଁ କି ଭୀମସାରରେ ସମୟ ଉପଯୋଗୀ ଚିକିତ୍ସା ସେବା ଯୋଗାଯାଇ ପାରୁନାହିଁ । ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ପରେ ତଥା ବାହାରୁ ଆସୁଥିବା ଗୁରୁତର ରୋଗୀଙ୍କୁ ଆଇସିୟୁ ଶଯ୍ୟା ବିକଳ୍ପ ରଖାଯିବା ଜରୁରୀ ହେଇଥାଏ ତାଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ । ମାତ୍ର ହାତଗଣତି ୨୦ଟି ଆଇସିୟୁ ଯୁକ୍ତ ଶଯ୍ୟାରେ ଭୀମସାର ବ୍ୟବସ୍ଥା ଗତି କରୁଛି । ଗତ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ଵ କାଳ ହେବ ଏପରି ବ୍ୟବସ୍ଥା ଜାରି ରହିଛି ।

ଯାହାକି ରୋଗୀଙ୍କ ତୁଳନାରେ ସମୁଦ୍ରକୁ ଶଙ୍ଖେ ପଣା ସଦୃଶ । ସେ ଯାହା ହେଉନା କାହିଁକି ଏହି କେନ୍ଦ୍ରୀୟ ଆଇସିୟୁ ଭୀମସାରରେ କେତେକ କ୍ଷେତ୍ରରେ ଜୀବନ ବଞ୍ଚାଇବା ମାଧ୍ୟମ ସାଜୁଛି କେତେକ ସୌଭାଗ୍ୟଶାଳୀ ରୋଗୀଙ୍କ କ୍ଷେତ୍ରରେ । ତେବେ ତଳମହଲାରେ ରହିଥିବା ଏହି କେନ୍ଦ୍ରିୟ ଆଇସିୟୁର ନବୀକରଣ ତଥା ମରାମତି କରାଯିବା କ୍ଷେତ୍ରରେ ଏହି ଆଇସିୟୁ ଶଯ୍ୟାକୁ ଅନ୍ୟତ୍ର ବା ଛଅତାଲା ବିଶିଷ୍ଟ ମେଡିସିନ ବିଭାଗ ପ୍ରଥମ ମହଲାକୁ ସ୍ଥାନାନ୍ତରିତ କରାଯିବା କ୍ଷେତ୍ରରେ ଭୀମସାର ହସପିଟାଲ ଅଧିକ୍ଷକଙ୍କ ତରଫରୁ ଗତ ୧୯ ତାରିଖରେ ଚିଠି ହୋଇଥିଲା । ତେବେ ଆଜି ଏହି ଆଇସିୟୁ ସ୍ଥାନାନ୍ତରଣ ପ୍ରକ୍ରିୟା ସମାପ୍ତ ହୋଇଛି । ଛଅତାଲା ବିଶିଷ୍ଟ ମେଡିସିନ ବିଭାଗ ପ୍ରଥମ ମହଲାରେ ୧୮ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇଥିବା ମେଡିକାଲ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି ।

- Advertisement -

ତେବେ ଭୀମସାର ବର୍ତ୍ତମାନ ସୁଦ୍ଧା ଅପଗ୍ରେଡ ହୋଇ ପାରିନାହିଁ ସେହି ପୂରାତନ ବ୍ୟବସ୍ଥାରେ କେବଳ ଉପର ଠାଉରିଆ ବହୁତାଲା ବିଶିଷ୍ଟ କୋଠା ନିର୍ମାଣରେ ହିଁ ସୀମିତ ରହିଯାଇଛି । ଅନେକ ରୋଗୀ କଟକକୁ ସ୍ଥାନାନ୍ତରିତ ହେଉଛନ୍ତି । ବୁର୍ଲା ଭୀମସାରରେ ରହିଥିବା ୧୮ ଶଯ୍ୟା ବିଶିଷ୍ଟ ସେଣ୍ଟ୍ରାଲ ଆଇସିୟୁ ଉପରେ ଭୀମସାରର ସମସ୍ତ ବିଭାଗ ଯେପରି ଶଲ୍ୟବିଭାଗ, ସ୍ନାୟୁ ମସ୍ତିଷ୍କ ଶଲ୍ୟ ବିଭାଗ, କର୍ଣ୍ଣ, ନାଶା ଓ ଗଳା ବିଭାଗ, ମେଡିସିନ ବିଭାଗ ଏବଂ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପରି ଗୁରୁତ୍ୱପୁର୍ଣ୍ଣ ବିଭାଗ ମାନଙ୍କ ଗୁରୁତର ରୋଗୀ ମାନଙ୍କୁ ନିର୍ଭରଶୀଳ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଛଅତାଲା ବିଶିଷ୍ଟ ମେଡିସିନ ବିଭାଗର ପ୍ରଥମ ତାଲାରେ ଆଇସିୟୁ କାର୍ଯ୍ୟକ୍ଷମ ରହିବ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories