www.samajalive.in
Monday, December 15, 2025
24.1 C
Bhubaneswar

ଆଫ୍ରିଦି ଏସିଆ କପ୍‌ରୁ ବାଦ୍‌

କରାଚି: ସପ୍ତାହକ ପରେ ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍‌ ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳକୁ ଶକ୍ତ ଧକ୍କା ଲାଗିଛି । ଦଳର ଶ୍ରେଷ୍ଠ ଫାଷ୍ଟବୋଲର ସାହିନ୍ ଶାହା ଆଫ୍ରିଦିଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ରୁ ବାଦ୍‌ ପଡ଼ିଛନ୍ତି । ଗତମାସରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟମ୍ୟାଚ୍‌ରେ ଆଫ୍ରିଦିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଏହାପରେ ଆଫ୍ରିଦି କୌଣସି ମ୍ୟାଚ୍‌ ଖେଳିନାହାନ୍ତି । ଡାକ୍ତରୀ ଦଳ ତାଙ୍କୁ ପରୀକ୍ଷା କରିବା ପରେ ଘୋଷଣା କରିଛନ୍ତି ଯେ ସୁସ୍ଥହେବା ପାଇଁ ୨୨ ବର୍ଷ ବୟସ୍କ ଆଫ୍ରିଦିଙ୍କୁ ୪ରୁ ୬ ସପ୍ତାହ ସମୟ ଲାଗିବ । ଏସିଆ କପ୍‌ରେ ପାକିସ୍ତାନକୁ ଭାରତ ବିପକ୍ଷରେ ଅତିକମ୍‌ରେ ୨ ଥର ଖେଳିବାର ଥିବାରୁ ଆଫ୍ରିଦିଙ୍କ ଅନୁପସ୍ଥିତି ପାକିସ୍ତାନର ବୋଲିଂ ଆକ୍ରମଣକୁ ଦୁର୍ବଳ କରିଦେଇଛି। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଆଫ୍ରିଦି ଭାରତ ବିପକ୍ଷରେ ତାଙ୍କ ପ୍ରଥମ ୨ ଓଭରରେ ୨ଟି ସହ ୩୧ ରନ୍‌ ଦେଇ ୩ଟି ୱିକେଟ ନେଇ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତକୁ ୧୦ ୱିକେଟରେ ପାକିସ୍ତାନ ପରାସ୍ତ କରିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories