www.samajalive.in
Monday, December 15, 2025
24.1 C
Bhubaneswar

ଓଡିଶାରେ ମଟର ଗାଡିରୁ ଜରିମାନା ଆଦାୟ କରିପାରିବନି ପୁଲିସ୍‌ – କେବଳ ଦୁର୍ଘଟଣା ପ୍ରବଣ ସ୍ଥାନରେ ଅନୁମତି

ଭୁବନେଶ୍ୱର – ଏବେ ରାଜ୍ୟ ପୁଲିସ ମଟର ଗାଡିମାନଙ୍କରୁ ଜରିମାନା ଆଦାୟ କରିପାରିବେ ନାହିଁ । ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୁଲିସକୁ ଆଗରୁ ଏହି କ୍ଷମତା ଦିଆଯାଇଥିଲା, ତାହା ପ୍ରତ୍ୟାହାର କରି ନିଆଯାଇଛି । ପୁଲିସ ଡିଜି ଏବଂ ପରିବହନ କମିଶନରଙ୍କୁ ଏହି ବିଷୟରେ ଜଣାଇ ଦିଆଯାଇଛି ।

କେବଳ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସ୍ଥାନୀୟ ପୁଲିସ ଏବଂ ସହରାଞ୍ଚଳ ପୁଲିସ ଜରିମାନା ଆଦାୟ କରିପାରିବେ । ଏହି ବୈଠକରେ ବସ୍‌ ମାଲିକ ସଂଘ ପକ୍ଷରୁ ପୁଲିସ ବିଭିନ୍ନ ସ୍ଥାନରେ ଛିଡା ହୋଇ ଜରିମାନା ଆଦାୟ କରୁଥିବା ଅଭିଯୋଗ କରାଯାଇଥିଲା । ଏହା ସହ କାଗଜପତ୍ର ଯାଞ୍ଚ ଆଳରେ ପୁଲିସ କର୍ମଚାରୀ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ବସ୍‌ କର୍ମଚାରୀ ଏବଂ ମୋଟର ଗାଡି କର୍ମଚାରୀମାନଙ୍କୁ ପୁଲିସ ଯାଞ୍ଚ ଆଳରେ ହଇରାଣ ଏବଂ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ପୁଲିସ ଚାଲାଣ ଏବଂ ଜରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

- Advertisement -

୨୦୧୯ ମସିହାରେ ପରିବରନ ବିଭାଗ ପକ୍ଷରୁ ସ୍ଥାନୀୟ ପୁଲିସକୁ ଗାଡିମଟର କାଗଜପତ୍ର ଯାଞ୍ଚ ସହ ଜରିମାନା ଆଦାୟ କ୍ଷମତା ଦିଆଯାଇଥିଲା । ଯାହାକୁ ପ୍ରତ୍ୟାହାର କରାଯାଇଛି । ଏହାର ଦୂରୁପୋଯୋଗ ହେଉଥିବା ବସ୍‌ ମାଲିକ ସଂଘ ଅଭିଯୋଗ କରିବା ପରେ ଏହାକୁ ପ୍ରତ୍ୟାହର କରାଯାଇଛି ।
ଦିନରେ ସ୍ଲିପର କୋଚ୍‌ ବସ୍‌ ଚଳାଚଳ, ୧୫ ବର୍ଷରୁ ଅଧିକ ହୋଇଥିବା ବସ୍‌କୁ ଆହୁରି ୫ ବର୍ଷ ପାଇଁ ଅସ୍ଥାୟୀ ଚଳାଚଳ ମଞ୍ଜୁରୀ, ରାଜପଥରେ ବସ୍‌ ବେ ନିର୍ମାଣ, ବସ୍‌ ଷ୍ଟାଣ୍ଡରେ ପାର୍କିଂ ଫି କୋହଳ ଦାବି ପୂରଣ କରାଯାଇଥିବା ସୂଚନା ମିଳିଛି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories