www.samajalive.in
Saturday, December 6, 2025
26.1 C
Bhubaneswar

ସୃଷ୍ଟି ହେଲା ଅବପାତ ; ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍‍

ଭୁବନେଶ୍ୱର : ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଅବପାତ। ଉତ୍ତର ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଅବପାତ ସୃଷ୍ଟି ହୋଇଛି। ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହାସହ ୬ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ହେବାର ସମ୍ଭାବନା ରହିଛି।
ସେହିପରି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‍ ବନ୍ଦ ହୋଇଛି। ପୂର୍ବରୁ ୨୮ ଟି ଗେଟ୍‍ ମଧ୍ୟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଉ ୪ଟି ବନ୍ଦ ପରେ ବର୍ତ୍ତମାନ ୨୪ଟି ଗେଟ୍‍ ଦେଇ ଚାଲିଛି ଜଳ ନିଷ୍କାସନ।
ଆଗାମୀ ବର୍ଷାକୁ ଦେଖି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ମୁଣ୍ଡଳିରେ ଜଳପ୍ରବାହ ୭.୫ରୁ ୮ ଲକ୍ଷ କ୍ୟୁସେକ୍‍ରେ ସୀମିତ ଳକ୍ଷ୍ୟ। ବ୍ରାହ୍ମଣୀ ଓ ବୁଢାବଳଙ୍ଗ ବେସିନ୍‍  ରେ ବର୍ଷା ସମ୍ଭାବନା ରହିଛି। ତେଣୁ ମୟୁରଭଞ୍ଜ ଓ କେନ୍ଦୁଝରର ଡ଼୍ୟାମ୍‍ ଗୁଡିକୁ ଖାଲି କରାଯାଇଛି। ବର୍ଷା ୨୦ ରୁ ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ତେଣୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇଛି। ହୀରାକୁଦରେ ଆଉ ଗେଟ୍‍ ଖୋଲିବା ଆବଶ୍ୟକତା ପଡି ନ ପାରେ। ମହାନଦୀ ସିଷ୍ଟମରେ ୭ଟି ଘାଇ ହୋଇଛି, ପାଣି କମିଲେ ମରାମତି ହେବ ବୋଲି ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୨.୨୭ ଫୁଟ୍‍ ରହିଥିବା ବେଳେ ଡ୍ୟାମକୁ ପ୍ରବେଶ କରୁଛି ୨ ଲକ୍ଷ ୯୩ ହଜାର ୨୫୫ କ୍ୟୁସେକ୍‍ ଜଳ। ନିଷ୍କାସିତ ହେଉଛି ୪ ଲକ୍ଷ ୭୫ ହଜାର ୭୨୧ କ୍ୟୁସେକ୍‍ ଜଳ। ମୁଣ୍ଡଳିରେ ପାସ୍‍ କରୁଛି ୯ ଲକ୍ଷ ୫୬ ହଜାର ୬୦୮ କ୍ୟୁସେକ୍‍ ଜଳ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories