www.samajalive.in
Saturday, December 6, 2025
23.1 C
Bhubaneswar

ଚକୋଲେଟ୍ ବଏ ବରୁଣ

୨୦୧୨ରେ କରନ୍ ଜୋହର୍ ନିର୍ଦେଶନାରେ ବଲିଉଡରେ ପାଦ ଥାପିଥିଲେ ବରୁଣ ଧାୱନ୍। ଆରମ୍ଭ ଦିନରେ ତାଙ୍କ ଅଭିନୟର ପ୍ରଶଂସକ ସଂଖ୍ୟା ସେତେ ଅଧିକ ନଥିଲା, କିନ୍ତୁ ସମୟକ୍ରମେ ତାଙ୍କ ସ୍ଥିତି ଦୃଢ଼ ହୋଇଛି। ନିକଟରେ ତାଙ୍କ ଅଭିନୀତ ‘ସୁଇ ଧାଗା’ ମୁକ୍ତିଲାଭ କରିଛି। ବିଭିନ୍ନ ମହଲରେ ବରୁଣଙ୍କ ପ୍ରଶଂସା ହେଉଛି। ଏ ବାବଦରେ ବରୁଣ କହିଛନ୍ତି, କ୍ୟାରିୟର ଆରମ୍ଭ ସମୟରେ ସମୀକ୍ଷକ ଓ ପ୍ରଶଂସକ ତାଙ୍କୁ ଚକୋଲେଟ୍ ବୟର ପରିଚୟ ଦେଇଥିଲେ। ଏବେ କିନ୍ତୁ ତାଙ୍କୁ ‘ଆଙ୍ଗ୍ରି ମ୍ୟାନ୍’ ଭାବେ କେତେକ ସ୍ଥାନରେ ସମ୍ବୋଧନ କରାଗଲାଣି। ଚରିତ୍ର ଅନୁସାରେ ତାଙ୍କ ଅଭିନୟ ପରିବର୍ତ୍ତନ ହେଉଛି। ତେବେ ବରୁଣ ନିଜର ଏଇ ପରିଚୟରେ ଖୁବ୍ ଖୁସି। କଥା ପ୍ରସଙ୍ଗରେ ସେ କହିଛନ୍ତି ଅମୀର ଖାନ୍ ଯେତେବେଳେ ୮୦ ଦଶକରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ତାଙ୍କୁ ମଧ୍ୟ ଚକୋଲେଟ୍ ବୟ, ରୋମାଣ୍ଟିକ୍ ବୟ ଭାବେ ଡକାଯାଉଥିଲା। ଏବେ କିନ୍ତୁ ଅମୀରଙ୍କ ପରିଚୟ ଭିନ୍ନ। ଏକ ଦମଦାର ଅଭିନେତା ଭାବେ ଅମୀର ଖାନ୍ ଜଣାଯାନ୍ତି। ବାପା ଡେଭିଡ୍ ଧାୱନ୍ ତାଙ୍କୁ ସବୁବେଳେ ପରାମର୍ଶ ଦେଇଛନ୍ତି ଯେ ପ୍ରଶଂସକଙ୍କୁ କ’ଣ ପସନ୍ଦ, ତାହାକୁ ପ୍ରାଧାନ୍ୟ ଦେବା ଜଣେ କଳାକାରର ପ୍ରଥମ କର୍ତ୍ତବ୍ୟ। ଡେଭିଡଙ୍କ ନିର୍ଦେଶିତ ସମସ୍ତ ଚଳଚ୍ଚିତ୍ର ଦେଖି ବଡ଼ ହୋଇଛନ୍ତି ବରୁଣ। ପିଲାଦିନେ ସେ ଗୋବିନ୍ଦାଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଏବେ ମଧ୍ୟ ଗୋବିନ୍ଦା ତାଙ୍କର ପ୍ରିୟ ଅଭିନେତା ବୋଲି କହିଛନ୍ତି ସେ। ସୁଇଧାଗା’ ଚଳଚ୍ଚିତ୍ରର ମୌଜି ଚରିତ୍ରକୁ ଉତ୍ତମ ଭାବେ ପ୍ରଦର୍ଶନ କରିପାରୁଥିବାରୁ ଖୁବ୍ ଆତ୍ମସନ୍ତୋଷ ମିଳିଛି ବୋଲି କହିଛନ୍ତି ବରୁଣ ଧାୱନ୍।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories