www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିରେ ଯୋଗ ଦେଲେ ଛତିଶଗଡ଼ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଛତିଶଗଡ଼ ନିର୍ବାଚନ ବିଗୁଲ ବାଜିବା ସହ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବା କ୍ଷଣି କଂଗ୍ରେସକୁ ଲାଗିଛି ଝଟକା। ରାଜ୍ୟ କଂଗ୍ରେସ ନେତୃତ୍ୱ ଦାୟିତ୍ୱରେ ଥିବା କାର୍ଯ୍ୟକାରୀ ଅଧ୍ୟକ୍ଷ ରାମଦୟାଲ ଉଇକେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ରାମଦୟାଲ ବିଧାୟକ ଅଛନ୍ତି ଓ କର୍ମୀଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ବେଶ୍‍ ରହିଛି। ନିର୍ବାଚନ ପୂର୍ବରୁ ରାମଦୟାଲଙ୍କ ଏଭଳି ଦଳ ବଦଳ କଂଗ୍ରେସକୁ ଅଡ଼ୁଆରେ ପକାଇଛି ନିଶ୍ଚୟ। ଗୋଟିଏ ପଟେ ସରକାରରେ ଥିବା ବିଜେପିକୁ ହଟାଇବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଦଳ ଛାଡ଼ି ବିଜେପିରେ ଯୋଗ ଦେବା କଂଗ୍ରେସକୁ ବେଶ୍‍ କିଛି ପାଦ ପଛକୁ ଠେଲି ଦେଇଛି।
କଂଗ୍ରେସ ନେତା ରାମଦୟାଲ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ୪ଥର ବିଧାୟକ ହୋଇଥିବା ରାମଦୟାଲଙ୍କୁ ବିଜେପିରୁ ନେଇ ଅଜିତ ଯୋଗୀ କଂଗ୍ରେସରେ ମିଶାଇ ଥିଲେ। ୨୦୦୦ବିଧାନସଭା ନିର୍ବାଚନ ସମୟରେ ଅତିତ ଯୋଗୀଙ୍କ ପାଇଁ ରାମଦୟାଲ ମାରବାହୀ ଆସନ ଛଡ଼ି ଦେଇଥିଲେ। ତେଣୁ ପୁଣି ଥରେ ବିଜେପିରେ ସାମିଲ ହେବା ପରେ ରାମଦୟାଲ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ମାରବାହୀ ଆସନରୁ ନିର୍ବାଚନ ଲଢିବାର ସମ୍ଭାବନା ଦେଖା ଦେଇଛି। ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ୧୨ ଓ ୨୦ ନଭେମ୍ବରରେ ନିର୍ବାଚନ ହେବାକୁ ଅଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories