www.samajalive.in
Saturday, December 6, 2025
14.1 C
Bhubaneswar

ଆକାଶମାର୍ଗରୁ ରିଲିଫ୍‌ ବଣ୍ଟନ ଆରମ୍ଭ

ଗଞ୍ଜାମ: ତିତ୍‌ଲି ପ୍ରଭାବରେ ଆସିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଶନିବାର ଆକାଶମାର୍ଗରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଟି ହେଲିକପ୍ଟରରେ ଆକାଶ ମାର୍ଗରୁ ରିଲିଫ୍‌ ବଣ୍ଟନ କରାଯାଉଛି । ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍‌ରୁ ହେଲିକପ୍ଟରରେ ରିଲିଫ୍‌ ସାମଗ୍ରୀ ନିଆଯାଇଥିଲା । ଗୋଟିଏ ହେଲିକପ୍ଟରୁ ଆସ୍କା ଅଞ୍ଚଳରେ ଆକାଶ ମାର୍ଗରୁ ରିଲିଫ୍‌ ବଣ୍ଟନ କରାଯାଉଥିବା ବେଳେ ଅନ୍ୟ ଏକ ହେଲିକପ୍ଟର ଯୋଗେ ପୁରୁଷୋତ୍ତମପୁର ଓ ଶେରଗଡ଼ ଅଞ୍ଚଳରେ ରିଲିଫ୍‌ ସାମଗ୍ରୀ ବଣ୍ଟନ କରାଯାଉଛି।

ସୂଚନାଯୋଗ୍ୟ,  ଗୁରୁବାର ସକାଳେ ତିତଲି ଗଞ୍ଜାମ ଜିଲା ଉପକୂଳ ଦେଇ ଗତି କରିବା ବେଳେ ଏହାର ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ହେବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ପାତ୍ରପୁରରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୯୦ କି.ମି. ରହିଥିବା ବେଳେ ବ୍ରହ୍ମପୁରରେ ମଧ୍ୟ ପ୍ରବଳ ବେଗରେ ପବନ ହୋଇଥିବା ସୂଚନା ମିଳିଛି । ତିତଲି ଜନିତ ବାତ୍ୟାର ପ୍ରଭାବରେ ଗଜପତି ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରବଳ ବର୍ଷା ଓ ବନ୍ୟାରେ ଗଞ୍ଜାମ ଜିଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories