www.samajalive.in
Monday, December 15, 2025
16.1 C
Bhubaneswar

ଆଠଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ଼: ଆଠଗଡ଼ ତାଲୁକ ଆଇନସେବା ସମିତି ଆନୁକୂଲ୍ୟରେ ଶନିବାର ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ଲୋକ ଅଦାଲତକୁ ଉଦ୍‍ଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରି ୧୨ଟି ମୋଟର ଯାନ ଦୁର୍ଘଟଣା ମାମଲାର ସମାଧାନ କରି କ୍ଷତିପୂରଣ ବାବଦରେ ମୋଟ ୪୩ଲକ୍ଷ ୭୫ହଜାର ଟଙ୍କା ଆବେଦନକାରୀଙ୍କୁ ପ୍ରଦାନ ନିମନ୍ତେ ଆଦେଶ ଦେଇଥିଲେ। ସେହିପରି ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ ୧୯ଟି ବ୍ୟାଙ୍କଋଣ ଅନାଦେୟ ଋଣମାମଲା ବିଚାର କରି ଋଣ ବାବଦକୁ ୪୧ଲକ୍ଷ ୩ ହଜାର ୫୫୮ଟଙ୍କା ୨୫ ପଇସା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ୭ଟି ଦେୱାନୀ ମାମଲାର ମଧ୍ୟ ଶ୍ରୀମତୀ ଆଚାର୍ଯ୍ୟ ବିଚାର କରି ସମାଧାନ କରିଥିଲେ। ଏସଡିଜେଏମ ଏସ କୁନମୁନ ଆଚାରୀ ୨୦ଟି ଫୌଜଦାରୀ ଓ ଜେଏମଏଫସି ପୂଜା ଜୈନ ଗୋଟିଏ ଦେୱାନୀ ଓ ଗୋଟିଏ ଫୌଜଦାରୀ ମାମଲାର ବିଚାର କରି ସମାଧାନ କରିଥିଲେ। ତହସିଲଦାର ପ୍ରିୟବ୍ରତ ଦାସ ତାଙ୍କ ଅଦାଲତ ପରିଚାଳନା କରି ମୋଟ ୧୧୭୨ଟି ମାମଲା ସମାଧାନ କରି ରାଜସ୍ୱ ବାବଦକୁ ୧ଲକ୍ଷ ୬୧ହଜାର ୭୩୮ଟଙ୍କା ଆଦାୟ କରିଥିଲେ। ଏହି ଲୋକ ଅଦାଲତରେ ଆଠଗଡ଼ ଷ୍ଟେଟବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଓକିଲ ସଂଘର ସଭାପତି ସତ୍ୟେନ ପଣ୍ଡାଙ୍କ ସମେତ ସମସ୍ତ ଆଇନଜୀବୀ ଓ ଅଦାଲତ କର୍ମଚାରୀଙ୍କ ସହ ଆଇନସେବା ସଂସ୍ଥାର ସହାୟକ ସରୋଜ ରଞ୍ଜନ କାଳିଆ, ରାଜଶ୍ରୀ ମହଲା ଓ ବିଣାପାଣି ପଣ୍ଡା ପ୍ରମୁଖ ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories