www.samajalive.in
Sunday, December 14, 2025
19.1 C
Bhubaneswar

ସାପୁଆ ନଦୀରେ ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳୁନାହିଁ

ଆଠଗଡ଼: ଏକ କ୍ଷୀରଗାଡି ଧକ୍କାରେ ଆଠଗଡ଼ ସହର ଉପକଣ୍ଠ ସାପୁଆ ନଦୀରେ ଛିଟିକି ପଡ଼ି ନିଖୋଜ ଥିବା ଗୋବରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ମୋହନ ରାଉଳଙ୍କର ୨୪ଘଣ୍ଟା ପରେ ମଧ୍ୟ କୌଣସି ପତ୍ତା ମିଳିନାହିଁ। ଶୁକ୍ରବାର ଅପରାହ୍ନ ପ୍ରାୟ ୫.୩୦ମିନିଟରେ ପବିତ୍ର ସ୍କୁଲରୁ ନିଜ ଗ୍ରାମ ସମସରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁରକୁ ଫେରୁଥିବା ବେଳେ ଆଠଗଡ଼ ପଟୁ ଖୁଣ୍ଟୁଣୀ ଆଡକୁ ଯାଉଥିବା ଏକ କ୍ଷୀର ବୋଝେଇ ଗାଡି ତାଙ୍କ ସ୍କୁଟି ଓ ଅନ୍ୟ ଏକ ଟିଭିଏସ ମୋପେଡକୁ ସାପୁଆ ପୋଲ ଉପରେ ଧକ୍କା ଦେଇଥିଲା। ଟିଭିଏସ ମୋପେଡ ଗାଡିରେ ଥିବା ଇଶ୍ୱରା ଗ୍ରାମର ସୁନିଲ କୁମାର ଦାସ ଗୁରୁତର ଆହତ ହୋଇଥିବା ବେଳେ ସ୍କୁଟି ଆରୋହୀ ପ୍ରଧାନଶିକ୍ଷକ ପବିତ୍ର ନଦୀ ଗର୍ଭକୁ ଛିଟିକି ପଡ଼ିଥିଲେ। ବନ୍ୟା ଜଳ ପ୍ରବାହିତ ହେଉଥିବା ଭରା ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟାରେ ୭.୩୦ମିନିଟ ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ରଥଗଡ଼ା ନିକଟ ସାପୁଆ ନଦୀରୁ କନ୍ତୋଲ ପର୍ଯ୍ୟନ୍ତ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ସେହିପରି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅନୁରୋଧ କ୍ରମେ ଢେଙ୍କାନାଳରୁ ଶନିବାର ସକାଳେ ଓଡ୍ରାଫ ଦଳ ଆସି ଅଗ୍ନିଶମ ବାହିନୀ ସହ ୨ଟି ମୋଟର ଚାଳିତ ଡଙ୍ଗାରେ ସନ୍ଧ୍ୟା ୭.୦୦ଟା ପର୍ଯ୍ୟନ୍ତ ନଦୀର ପ୍ରାୟ ୨-୩କିମି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ପବିତ୍ରଙ୍କର କୌଣସି ସନ୍ଧାନ ମିଳିନଥିଲା। ଆସନ୍ତାକାଲି ରବିବାର ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ଅଗ୍ନିଶମାଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories