www.samajalive.in
Monday, December 15, 2025
24.1 C
Bhubaneswar

ନାବାଳିକା ଦୁର୍ଷ୍କମ ମାମଲାରେ ବରିଷ୍ଠ ନାଗରିକଙ୍କୁ ଆଜୀବନ କାରାଦଣ୍ଡ    

ସମ୍ବଲପୁର: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅର୍ନ୍ତଗତ ଜଙ୍ଗଲପଡା ଠାରେ ଗତ ୨୦୧୮ ମସିହାରେ ଜଣେ ୫ ବର୍ଷିୟ ନାବାଳିକାଙ୍କୁ ତାଙ୍କର ସର୍ମ୍ପକୀୟ ଦୁର୍ଷ୍କମ କରିବା ଅଭିଯୋଗରେ ଅଦାଲତ ତାଙ୍କର ଫଇସଲା ଶୁଣାଇଛନ୍ତି । ଶନିବାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ମାମଲା ସଂଖ୍ୟା ୭୧/୨୦୧୮ ର ଶୁଣାଣି କରି ଦୋଷୀ ଚମ୍ପା ମୁଣ୍ଡା (୬୦)ଙ୍କୁ ୟୁ/ଏସ ୩୭୬ (ଏବ) ଆଇପିସି ୨୬ ପୋକ୍ସୋ ଆକ୍ଟ ଅନୁଯାୟୀ ଦୋଷୀକୁ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷର କାରାଦଣ୍ଡ ଦିଆଯିବ ବୋଲି ଅଦାଲତ ତାଙ୍କର ରାୟରେ ଶୁଣାଣି କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୩ ନଭେମ୍ବର ୨୦୧୮ ମସିହାରେ ଗୋବିନ୍ଦପୁର ଥାନା ଅର୍ନ୍ତଗତ ଜଙ୍ଗଲପଡା ନିବାସୀ ଚମ୍ପା ମୁଣ୍ଡା ଘରେ କେହି ନ ଥିବା ବେଳେ ତାଙ୍କର ୫ ବର୍ଷର ନାବାଳିକା ଝିଆରୀଙ୍କୁ ମାଂସ ଓ ଭାତ ଖୁଆଇବା ପାଇଁ ଡାକି ନେଇ ତାଙ୍କ ଘରେ ଦୁର୍ଷ୍କମ କରିଥିଲେ ।

ଏହା ପରେ ନାବାଳିକା କାନ୍ଦି କାନ୍ଦି ଆସି ତାର ମା’ ଶନିବାର ମୁଣ୍ଡାଙ୍କୁ ଏ ସର୍ମ୍ପକରେ କହିଥିଲା ଏବଂ ତାଙ୍କର ମା’ ସେହି ଦିନ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିଥିଲା । ଏହା ପରେ ପୁଲିସ ଦୋଷୀଙ୍କୁ ଧରିବା ପରେ ବିଚାରାଧୀନ କଏଦୀ ରୂପେ ଥିବା ସେ ରହିଥିବା ବେଳେ ଅଦାଲତରେ ବିଚାର ଚାଲିଥିଲା । ଶେଷରେ ଶନିବାରରେ ପୋକ୍ସୋ ସ୍ୱତନ୍ତ୍ର ଫାଷ୍ଟା ଟ୍ରାକ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଓ ଜରିମାନା ଶୁଣାଣି କରିଛନ୍ତି । ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୨୩ଟି ଦସ୍ତାବିଜ ଆଧାରରେ ବିଚାର କରାଯାଇ ଦୋଷୀକୁ ଦଣ୍ଡିତ କରାଯାଇଛି । ଏଥି ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ସ୍ୱତନ୍ତ୍ର ବିଚାରପତି ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ବସନ୍ତ କୁମାର ମିଶ୍ର ଓ ସନ୍ତୋଷ ପଣ୍ଡା ପରିଚାଳନା କରୁଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories