ଦିନରେ ମିସ୍ତ୍ରୀ ; ରାତିରେ ଚୋର ; ୪ ଅଭିଯୁକ୍ତ କୋର୍ଟ ଚାଲାଣ
ଅଭିଯୋଗ ଅନୁଯାୟୀ ଗତ ଏପ୍ରିଲ ୩ ତାରିଖରେ ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ନେହରୁ ନଗର ୨ ୟ ଲେନ ନିବାସୀ ବସନ୍ତ କୁମାର ପଣ୍ଡା ଙ୍କ ପକ୍ଷରୁ ଦୁବପଲ୍ଲୀ ଠାରେ ନିର୍ମାଣଧିନ କୋଠା ପରିସରରୁ ତାଲା ଭାଙ୍ଗି ଗୋଟିଏ ଲୁହାଗ୍ରିଲ ଓ ଦୁଇଟି ପାଣି ପମ୍ପ ଚୋରି ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।ଏହା ମଧ୍ୟରେ ପୁଲିସ ପକ୍ଷରୁ ଘରକାମରେ ନିୟୋଜିତ ରହିଥିବା ମିସ୍ତ୍ରୀ ନିରଞ୍ଜନ ସେଠୀକୁ ସନ୍ଦେହରେ ଆଣି ପଚରାଉଚରା କରିବା ସମୟରେ ସେ ଓ ତାହାର କିଛି ସାଙ୍ଗ ମିଶି ଚୋରି କରିଥିବା ସ୍ବିକାର କରିଥିଲା।
ଏହାକୁ ଆଧାର କରି ପୁଲିସ ପକ୍ଷରୁ ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉପରୋକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିବା ସହ ୨୬୯/୨୨ ରେ ମାମଲା ରୁଜୁ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଯେ ନିରଞ୍ଜନ ସେଠୀ ଦିନ ସମୟରେ କୋଠା କାମରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଚାବି ପଡି ରହୁଥିବା ଘର ଗୁଡ଼ିକର ନିଜର ଗ୍ୟାଙ୍ଗ ମାନଙ୍କୁ ନେଇ ରାତିରେ ଚୋରି କରୁଥିଲା। ଉଦ୍ଧାର କରାଯାଇଥିବା ଦୁଇଟି ମୋଟରସାଇକେଲ ମଧ୍ୟରୁ ଗୋଟିଏ ଜଗଦଲପୁର ଓ ଅନ୍ୟଟି ଛତ୍ରପୁର ଅଞ୍ଚଳରୁ ଚୋରି କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମି ଦିନରେ ଉଦ୍ଧାର କରାଯାଇଥିବା ସମସ୍ତ ସାମଗ୍ରୀଙ୍କୁ ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
Comments are closed.