www.samajalive.in
Sunday, December 7, 2025
23.1 C
Bhubaneswar

୫ ହଜାର ଟଙ୍କା ପାଇଁ ଶାଳକକୁ ହତ୍ୟା କରିଥିବା ଭିଣୋଇ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଚଟି ଛକଠାରେ ବକେୟା ରହିଥିବା ୫ ହଜାର ଟଙ୍କା ମାଗିବା ଘଟଣାରେ ଭିଣୋଇ ଉତକ୍ଷିପ୍ତ ହୋଇ ଲୁହା ରଡ୍‌ରେ ଆକ୍ରମଣ କରି ଶାଳକଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ଶୁକ୍ରବାର ଅଭିଯୁକ୍ତ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୋଳନ୍ଥରା ଚଟି ଛକର ଡି. ଚେଲପତି(୪୫) ବୋଲି ଜଣାପଡ଼ିଛି। ଏଥିସହ ଆକ୍ରମଣରେ ବ୍ୟବହୃତ ଲୁହା ରଡ଼୍‌କୁ ମଧ୍ୟ ପୁଲିସ ଜବତ କରିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଏହି ଥାନା ଅଧିନସ୍ଥ ମାଣିକପୁର ଗ୍ରାମର ବି.ନାରସୁମୁଲୁ ଗୋଳନ୍ଥରା ଚଟିଠାରେ ରହୁଥିବା ତାଙ୍କ ଭିଣୋଇ ଡି. ଚେଲପତିଙ୍କୁ ଗତ ପାଞ୍ଚ ବର୍ଷ ତଳେ ୫ ହଜାର ଟଙ୍କା ଉଧାର ଦେଇଥିଲେ। ମୃତକ ନାରସୁମୁଲୁ ଭିଣୋଇଙ୍କୁ ବାରମ୍ବାର ଉଧାର ଟଙ୍କା ମାଗିଥିଲେ, କିନ୍ତୁ ଭିଣୋଇ ଆଜି କାଲି କହି ଦିନ ପରେ ଦିନ ଗଡ଼େଇ ଚାଲିଥିଲେ। ଜୁନ ୧୭ ତାରିଖ ସନ୍ଧ୍ୟାରେ ଶାଳକ ନାରସୁମୁଲୁ ଭିଣୋଇ ଘରକୁ ଆସି ଧାର ଟଙ୍କା ମାଗିଥିଲେ। ଏହି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଭିଣୋଇ ଚେଲପତି ପତ୍ନୀଙ୍କୁ ଗାଳି ଗୁଲଜ କରିଥିଲେ। ଏହାକୁ ଶାଳକ ନାରସୁମୁଲୁ ପ୍ରତିରୋଧ କରିଥିଲେ। ଚେଲପତି ରାଗରେ ଏକ ଲୁହ ପାଇପରେ ଶାଳକଙ୍କ ମୁଣ୍ଡ ପଛ ପଟୁକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ। ଶାଳକଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ମୃତ ନାରସୁମୁଲୁଙ୍କ ଭାଇ ବି. ସନ୍ତୋଷ ପାତ୍ରଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ନେଇ ଥାନା ପକ୍ଷରୁ କେସ୍ ନଂ ୨୬୪/୨୪ ପ୍ରକାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ହତ୍ୟାକାରୀ ଭିଣୋଇ ଡି. ଚେଲପତି ରାଓ ସୁରଳ ଛକଠାରେ ଥିବା ଖବର ପାଇ ପୁଲିସ ଚଢ଼ାଉ କରି ଗିରଫ କରିବା ସହ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଚେଲପତିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories